ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳର କୃଷି ଓ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଶନି ଓ ରବିବାର ଛୁଟି ବାତିଲ

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 08:58 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ଚାଷ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଆଜି ସଚିବାଳୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂ ଯୋଗେ ନବୀନ ଆଲୋଚନା କରିଥିଲେ। ଆଇଏମଡିର ସୂଚନା ଅନୁସାରେ ଆଗକୁ ବର୍ଷା ସୂଚନା ଥିବାରୁ ସ୍ଥିତି ଉପରେ ନଜର ରଖିବାକୁ ନବୀନ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।</p> <p>କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଶନି ଓ ରବିବାର କୃଷି ଓ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଧାନ ସଂଗ୍ରହ ବେଳେ ଚାଷୀମାନେ ଯେପରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରେ, କିଛି ଅସୁବିଧାର ସମ୍ମୁଖୀନ ହେବେନାହିଁ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବା ଲାଗି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।</p>

Related story