କରୋନାର ତୃତୀୟ ଲହର ପାଇଁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, ଡିଏମଇଟି କହିଲେ ଡରନ୍ତୁ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ସାମୁହିକ ଟିକାକରଣ ଓ ଲକଡାଉନ୍ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ତେବେ ତୃତୀୟ ଲହରର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି ଓ ଡରିବାର କାରଣ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନର […]

covid19

Ordigital Desk
  • Published: Friday, 18 June 2021
  • , Updated: 18 June 2021, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ସାମୁହିକ ଟିକାକରଣ ଓ ଲକଡାଉନ୍ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ତୃତୀୟ ଲହରକୁ ନେଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ତେବେ ତୃତୀୟ ଲହରର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି ଓ ଡରିବାର କାରଣ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନର ଭିତ୍ତିପ୍ରସ୍ତର କରି କହିଛନ୍ତି ଯେ, ଏବେ ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ତଥାପି ଅଧିକ ସାବଧାନ ରହିବାକୁ ପଡ଼ିବ। ତୃତୀୟ ଲହର ପାଇଁ କେତେକ ରାଜ୍ୟର ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି। ଓଡ଼ିଶାରେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହିତ ଡବଲ ମାସ୍କ ପିନ୍ଧିବା ସହ ଟିକା ନିଶ୍ଚିତ ଭାବେ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସବୁ କୋଭିଡ୍ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ । ଗତ ଏକବର୍ଷରୁ ଅଧିକ ସମୟ ଧରି କରୋନା ବିରୁଦ୍ଧରେ ଲଢ଼େଇ ଜାରି ରହିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଲହରରେ ରୋଗୀଙ୍କ ଅକ୍ସିଜେନ୍ ସ୍ତର କମିବା ଏକ ବଡ଼ ସମସ୍ୟା ହୋଇ ଦେଖାଦେଇଛି । ତେଣୁ ଆମର ସବୁ ହସ୍ପିଟାଲରେ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି ଯେ ମହାରାଷ୍ଟ୍ରରେ ୨ରୁ ୩ ସପ୍ତାହ ପରେ ତୃତୀୟ ଲହର ଆସିବା ଆକଳନ କରାଯାଉଛି । ମାତ୍ର ସବୁ ପୂର୍ବାନୁମାନ ଯେ ସତ ହେବ ତାହା କହିବା ଅନୁଚିତ୍ । ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତୃତୀୟ ଲହରର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଡରିବାର କୌଣସି କାରଣ ନାହିଁ । ଜୁନ୍ ୭ତାରିଖ ମଧ୍ୟରେ ବିଶ୍ୱରେ ୬୩ଟି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ଏବେ ମାତ୍ର ୬ଟି ଭାରିଆଣ୍ଟ ରହିଛି।

ସେହିପରି ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ଯେ, ମହାରାଷ୍ଟ୍ରରେ ତୃତୀୟ ଲହର ହେଲେ ତାହା ବିଶେଷ ବଡ଼ ହେବ ବୋଲି ଲାଗୁନି । ଶହେ ବର୍ଷ ତଳେ ମହାମାରୀ ଦ୍ୱିତୀୟ ବାଦ୍ ତୃତୀୟ ଓ ଚତୁର୍ଥ ଲହର ସଂକ୍ରମଣ କମ୍ ଥିଲା । ପିଲାଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ସେ ଭାବୁନାହାନ୍ତି । କୌଣସି ଟିକା ଶତ ପ୍ରତିଶତ କାମ କରିନଥାଏ । ମାତ୍ର ୨ଟି ଡୋଜ୍ ଟିକା ନେଇଥିଲେ ସଂକ୍ରମଣ ହାର ୮୮% କମ୍ ହେଉଥିବା ଜଣାପଡ଼ିଛି । ଟିକା ନେଲା ପରେ ବି କୋଭିଡ୍ ଗାଇଡଲାଇନ୍ ମାନିବାକୁ ପଡ଼ିବ। ଟିକା ନେବା ପରେ ଆଣ୍ଟିବଡ଼ି ୪ରୁ ୧୧ ମାସ ରହୁଛି ବୋଲି ଡାକ୍ତର ମିଶ୍ର କହିଛନ୍ତି ।

Related story