ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ନିବାସରୁ ବିଧାନସଭା ଅଧିବେଶନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏହାବ୍ୟତୀତ, ଲୋକସେବା ଭବନରେ ଉପସ୍ଥିତ ରହିବେ ୬ ଜଣ ବିଧାୟକ। ସେମାନେ ହେଲେ   ଉଷା ଦେବୀ, ସାବିତ୍ରୀ ଅଗ୍ରଓ୍ୱାଲ, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ  । ଢେଙ୍କାନାଳରେ ରହିବେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ।  […]

naveen-patnaik-1

Niharika Rout
  • Published: Tuesday, 29 September 2020
  • , Updated: 29 September 2020, 10:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ନିବାସରୁ ବିଧାନସଭା ଅଧିବେଶନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।

ଏହାବ୍ୟତୀତ, ଲୋକସେବା ଭବନରେ ଉପସ୍ଥିତ ରହିବେ ୬ ଜଣ ବିଧାୟକ। ସେମାନେ ହେଲେ   ଉଷା ଦେବୀ, ସାବିତ୍ରୀ ଅଗ୍ରଓ୍ୱାଲ, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ  । ଢେଙ୍କାନାଳରେ ରହିବେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ।  କଣ୍ଟାମାଳରେ ମହୀଧର ରଣା, ଭଦ୍ରକରେ  ଉପସ୍ଥିତ ରହିବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ଅଧିବେଶନ ପାଇଁ କରୋନା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା ବିଧାସଭା ଗୃହକୁ ସାନିଟାଇଜ୍ ମଧ୍ୟ କରାଯାଇଛି । କରୋନା ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ  ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ୍ ନଚେତ ଓକାକ୍ ବିଲଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗନେଇ ପାରିବେ ବୋଲି ପୂର୍ବରୁ କୁହାଯାଇଥିଲା।

Related story