ଜାଭଡେକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସରକାରୀ ପଲିଟେକନିକ୍‌ରେ ନାମଲେଖାକୁ ବାରଣ ପ୍ରସଙ୍ଗରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି। ୨୦୧୮-୧୯ ବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ କହିଛନ୍ତି। ଏହି ଦୁଇ ଶିକ୍ଷା ଅନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି।  ନିୟମିତ ଅଧ୍ୟାପକ ଅଭାବ […]

bjp

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 01:30 PM IST

ଭୁବନେଶ୍ୱର(ଓଡ଼ିଶା  ରିପୋର୍ଟର): ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ସରକାରୀ ପଲିଟେକନିକ୍‌ରେ ନାମଲେଖାକୁ ବାରଣ ପ୍ରସଙ୍ଗରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି।

୨୦୧୮-୧୯ ବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ କହିଛନ୍ତି। ଏହି ଦୁଇ ଶିକ୍ଷା ଅନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି।  ନିୟମିତ ଅଧ୍ୟାପକ ଅଭାବ ଦର୍ଶାଇ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ପଲିଟେକନିକ୍‌ରେ ଆଡିମିଶନକୁ AICTE ବାରଣ କରିଛି।

Related story