ବୈତରଣୀ ନଦୀରେ ବ୍ରିଜ ନିର୍ମାଣରେ ବିଳମ୍ବ: ଗଡକରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରେ ବ୍ରିଜ୍ ନିର୍ମାଣକୁ ନେଇ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତ ୧୯ତାରିଖରେ ଏହି ଚିଠି ଲେଖିଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆଜି ଗଣମାଧ୍ୟମକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ବୈଠକ ପରେ ବି ବୈତରଣୀ ନଦୀରେ ଏହି ପ୍ରକଳ୍ପ […]

gadkari

Manoranjan Sial
  • Published: Thursday, 26 November 2020
  • , Updated: 26 November 2020, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରେ ବ୍ରିଜ୍ ନିର୍ମାଣକୁ ନେଇ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତ ୧୯ତାରିଖରେ ଏହି ଚିଠି ଲେଖିଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆଜି ଗଣମାଧ୍ୟମକୁ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବାରମ୍ବାର ବୈଠକ ପରେ ବି ବୈତରଣୀ ନଦୀରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ଏହି ବ୍ରିଜ୍ ନିର୍ମାଣବେଳେ ଜାତୀୟ ରାଜପଥ ପ୍ରାଧିକରଣ ଓ କାନପୁର ପ୍ରକଳ୍ପ ପ୍ରାଧିକରଣ ମଧ୍ୟରେ ବିବାଦ ଦେଖାଦେବାରୁ ୨୦୧୯ ମାର୍ଚ୍ଚ ୭ତାରିଖରେ ଜାତୀୟ ରାଜପଥ ଅଧ୍ୟକ୍ଷ ଓ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ମଧ୍ୟରେ ବୈଠକ ବସି ଏହି କାର୍ଯ୍ୟ ପାଇଁ ମୂଳ ବ୍ୟୟବରାଦ ୪୦.୬୮କୋଟିର ୮୦ ପ୍ରତିଶତ ଏନଏଚଏଆଇ ଓ ବାକି ୨୦ ପ୍ରତିଶତ ଓଡ଼ିଶା ସରକାର ଦେବାକୁ ସହମତି ହୋଇଥିଲା। ଆଉ ସେହି କାନପୁର ପ୍ରକଳ୍ପ ପ୍ରାଧିକରଣ ଅଂଚଳରେ ଓଡ଼ିଶା ପକ୍ଷରୁ ଚାଲିଥିବା କାର୍ଯ୍ୟକୁ ମଧ୍ୟ ଏନଏଚଏଆଇଙ୍କ ସୁବିଧା ନିମନ୍ତେ ବନ୍ଦ କରିବାକୁ ରାଜ୍ୟ ସରକାର ରାଜି ହୋଇଥିଲେ। କିନ୍ତୁ ଇତିମଧ୍ୟରେ ବର୍ଷେରୁ ଅଧିକ ବିତିଯାଇଥିଲେ ମଧ୍ୟ ଏହି ବ୍ରିଜ୍ ନିର୍ମାଣରେ ବାକିଥିବା କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏହି ବ୍ରିଜ୍ ନିର୍ମାଣ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଫାଇଦା ହେବ। ତା’ଛଡ଼ା ଆଦିବାସୀବହୁଳ ଅଂଚଳକୁ ମଧ୍ୟ ଜଳସେଚନ ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବାକିଥିବା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଲେଖି ଶ୍ରୀ ଗଡ଼କରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କାମ ଶୀଘ୍ର ଆରମ୍ଭ ନହେଲେ ପ୍ରକଳ୍ପ ଖର୍ଚ୍ଚ ଆହୁରି ବଢ଼ିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story