ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ବିରୋଧ କରାଯିବ: ପ୍ରସାଦ ହରିଚନ୍ଦନ

ମାଲକାନଗିରି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଗସ୍ତକୁ କଂଗ୍ରେସ ବିରୋଧ କରିବ। ଏପରିକି ତାଙ୍କ ଗସ୍ତ ସମୟରେ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବ ବୋଲି ମାଲକାନଗିରି ଗସ୍ତରେ ଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆଜି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥରେ ସବୁ ଜିଲ୍ଲା ଗସ୍ତକାରି ପ୍ରଚାର କରୁଛନ୍ତି। ହେଲେ ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଶତାଧିକ ପିଲାଙ୍କ ମୃତ୍ୟୁ ପରେ ମଧ୍ୟ ଏହି ଜିଲ୍ଲାକୁ ଯାଇନାହାନ୍ତି।” ସେ କହିଛନ୍ତି,“ଅନ୍ୟ ଯେଉଁଠି ଯେବେ ଦୁର୍ଘଟଣା […]

prasad-harichandan

Rakesh Mallick
  • Published: Monday, 12 December 2016
  • , Updated: 13 December 2016, 07:20 AM IST

ମାଲକାନଗିରି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଗସ୍ତକୁ କଂଗ୍ରେସ ବିରୋଧ କରିବ। ଏପରିକି ତାଙ୍କ ଗସ୍ତ ସମୟରେ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବ ବୋଲି ମାଲକାନଗିରି ଗସ୍ତରେ ଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆଜି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥରେ ସବୁ ଜିଲ୍ଲା ଗସ୍ତକାରି ପ୍ରଚାର କରୁଛନ୍ତି। ହେଲେ ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଶତାଧିକ ପିଲାଙ୍କ ମୃତ୍ୟୁ ପରେ ମଧ୍ୟ ଏହି ଜିଲ୍ଲାକୁ ଯାଇନାହାନ୍ତି।”

ସେ କହିଛନ୍ତି,“ଅନ୍ୟ ଯେଉଁଠି ଯେବେ ଦୁର୍ଘଟଣା ବା ଅଘଟଣ ଘଟିଲେ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଅନୁକମ୍ପା ରାଶି ଘୋଷଣା କରୁଛନ୍ତି କିନ୍ତୁ ମାଲକାନଗିରି ଜିଲ୍ଲାରେ ଶତାଧିକ ପିଲାଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ସହାୟତା ରାଶି ଘୋଷଣା କରିନାହାନ୍ତି।”

Related story