ନୂଆ ଅଫିସରଙ୍କୁ ନବୀନ ମନ୍ତ୍ର: ମନେ ରଖିଥିବ 3-T

ଭୁବନେଶ୍ୱର: ଟିମ୍‌ଓ୍ୱାର୍କ, ଟ୍ରାନ୍ସଫରେସି ଓ ଟେକ୍ନୋଲୋଜି(ଥ୍ରୀ ଟି)କୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବ ନିଯୁକ୍ତ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୬୦୭ ଜଣ ନବନିଯୁକ୍ତ ଓଏଏସ୍, ଓପିଏସ୍, ଓସିଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ନବୀନ ଯୋଗଦେଇ କହିଥିଲେ ଯେ ସରକାରୀ ସେବା ସଠିକ୍ ସମୟରେ ଯେଭଳି ଲୋକଙ୍କୁ ମିଳିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ […]

naveen

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 08:40 PM IST

ଭୁବନେଶ୍ୱର: ଟିମ୍‌ଓ୍ୱାର୍କ, ଟ୍ରାନ୍ସଫରେସି ଓ ଟେକ୍ନୋଲୋଜି(ଥ୍ରୀ ଟି)କୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବ ନିଯୁକ୍ତ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୬୦୭ ଜଣ ନବନିଯୁକ୍ତ ଓଏଏସ୍, ଓପିଏସ୍, ଓସିଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା। ଏଥିରେ ନବୀନ ଯୋଗଦେଇ କହିଥିଲେ ଯେ ସରକାରୀ ସେବା ସଠିକ୍ ସମୟରେ ଯେଭଳି ଲୋକଙ୍କୁ ମିଳିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ରାଜସ୍ୱ ମନ୍ତୀ ମହେଶ୍ୱର ମହାନ୍ତି, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ମୁଖ୍ୟଶାସନ ସଚିବ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story