ଚିଲିକା ବିକାଶ : ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଚିଲିକା ହ୍ରଦର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଚିଠିର ଜବାବରେ ଟ୍ୱିଟ୍‌ କରି ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏଥିସହ ଚିଲିକା ହ୍ରଦର ସୁରକ୍ଷା ନେଇ ସରକାର ପ୍ରତିବଦ୍ଧ ଥିବା ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ର ଗତକାଲି ଚିଲିକା ହ୍ରଦ ସଂପର୍କରେ ନବୀନଙ୍କୁ ଚିଠି ଲେଖିଥିଲେ ।  ଚିଲିକା ହ୍ରଦ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପରିବେଶ ସୁରକ୍ଷା ସହ ତା’ର ବିକାଶ […]

cm

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 09:41 PM IST

ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଚିଲିକା ହ୍ରଦର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଚିଠିର ଜବାବରେ ଟ୍ୱିଟ୍‌ କରି ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏଥିସହ ଚିଲିକା ହ୍ରଦର ସୁରକ୍ଷା ନେଇ ସରକାର ପ୍ରତିବଦ୍ଧ ଥିବା ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ର ଗତକାଲି ଚିଲିକା ହ୍ରଦ ସଂପର୍କରେ ନବୀନଙ୍କୁ ଚିଠି ଲେଖିଥିଲେ ।  ଚିଲିକା ହ୍ରଦ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ପରିବେଶ ସୁରକ୍ଷା ସହ ତା’ର ବିକାଶ ଦୃଷ୍ଟିରୁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ONGC ଏବଂ UNESCO ମିଳିତ ଭାବେ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।  ତେଣୁ UNESCO ପ୍ରତିନିଧି ସିଗେରୁ ଅୟାଗିଙ୍କ ଭୁବନେଶ୍ୱର ଗସ୍ତ ଥିବାରୁ ତାଙ୍କୁ ସାକ୍ଷାତ କରି ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

Related story