ୟୁକ୍ରେନରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧବିଧ୍ୱଂସ୍ତ ୟୁକ୍ରେନରୁ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ଆଜି ଘରକୁ ଫେରିଛନ୍ତି। ସେମାନେ ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସେଠାରେ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ପହଂଚିଛନ୍ତି। ଏହି ସ୍ୱତନ୍ତ୍ର ବିମାନ ପାଇଁ ରାଜ୍ୟ ସରକାର ବନ୍ଦୋବସ୍ତ କରିଥିଲେ। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ […]

CM Naveen Patnaik

Ordigital Desk
  • Published: Monday, 07 March 2022
  • , Updated: 07 March 2022, 08:40 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧବିଧ୍ୱଂସ୍ତ ୟୁକ୍ରେନରୁ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ଆଜି ଘରକୁ ଫେରିଛନ୍ତି। ସେମାନେ ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସେଠାରେ ସ୍ୱାଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ପହଂଚିଛନ୍ତି। ଏହି ସ୍ୱତନ୍ତ୍ର ବିମାନ ପାଇଁ ରାଜ୍ୟ ସରକାର ବନ୍ଦୋବସ୍ତ କରିଥିଲେ। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ପଚାରିଥିଲେ। ସେମାନେ ଯେଭଳି ଆଗକୁ ପାଠ ପଢ଼ି ପାରିବେ ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଅଧିକାଂଶ ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଯୁଦ୍ଧ ବିଧ୍ୱଂସ୍ତ ୟୁକ୍ରେନରୁ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍ ଯୋଗେ ସେମାନଙ୍କୁ ଯୁଦ୍ଧ ଅଂଚଳରୁ ନିରାପଦ ଉଦ୍‌ଧାର କରାଯାଇଥିଲା। ଏହାବ୍ୟତୀତ ସେମାନଙ୍କ ପାଠପଢ଼ାରେ ଯେପରି ଅସୁବିଧା ନହୁଏ ସେଥିପାଇଁ ଦେଶର ମେଡ଼ିକାଲ କଲେଜରେ ସେମାନଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Related story