ବେଙ୍ଗାଲୁରୁରେ ନିର୍ମାଣ ହେବ ଓଡ଼ିଶା ଭବନ, ଜମି ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଶା ଭବନ ନିର୍ମାଣ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଓଡ଼ିଶା ଭବନ ନିର୍ମାଣ ପାଇଁ ଦକ୍ଷିଣ ବେଙ୍ଗାଲୁରୁ ଅଞ୍ଚଳରେ ୧ଏକର ଜମି ଯୋଗାଇ ଦେବାକୁ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପ୍ରାୟ ୫ ଲକ୍ଷ ଓଡିଆ ବେଙ୍ଗାଲୁରୁରେ ଆଇଟି ଭଳି ଅନେକ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର ଓ ବେଙ୍ଗାଲୁରୁ ମଧ୍ୟରେ ଗମନାଗମନ ବ୍ୟବସ୍ଥା ସୁଦୃଢ ହେଉଛି। ସେଠାରେ ଥିବା ଅନ୍ୟ ଭବନ […]

Naveen_Patnaik_

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 09:20 AM IST

ଭୁବନେଶ୍ୱର: ବେଙ୍ଗାଲୁରୁରେ ଓଡ଼ିଶା ଭବନ ନିର୍ମାଣ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଓଡ଼ିଶା ଭବନ ନିର୍ମାଣ ପାଇଁ ଦକ୍ଷିଣ ବେଙ୍ଗାଲୁରୁ ଅଞ୍ଚଳରେ ୧ଏକର ଜମି ଯୋଗାଇ ଦେବାକୁ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପ୍ରାୟ ୫ ଲକ୍ଷ ଓଡିଆ ବେଙ୍ଗାଲୁରୁରେ ଆଇଟି ଭଳି ଅନେକ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର ଓ ବେଙ୍ଗାଲୁରୁ ମଧ୍ୟରେ ଗମନାଗମନ ବ୍ୟବସ୍ଥା ସୁଦୃଢ ହେଉଛି। ସେଠାରେ ଥିବା ଅନ୍ୟ ଭବନ ଭଳି ଓଡ଼ିଶା ଭବନ ହେଲେ ଓଡ଼ିଶାର କଳା, ହସ୍ତଶିଳ୍ପ, ସାଂସ୍କୃତିକ କ୍ଷେତ୍ରରେ ସମସ୍ତେ ଭଲଭାବେ ଅବଗତ ହୋଇପାରିବେ ବୋଲି ଚିଠିରେ ଦର୍ଶାଯାଇଛି।

Related story