କଟକ ସ୍ଥିତି କେମିତି ଅଛି କହିଲେ କମିଶନର୍

କଟକ:(ଓଡ଼ିଶା ରିପୋର୍ଟର): କଟକରେ ମହାନଗର ଅଞ୍ଚଳରେ ପରିବାର ଓ ସାହି ପଡ଼ିଶାରୁ ସଂକ୍ରମଣ ବଢ଼ୁଛି। ଏବେ ଯାଏ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୧% ପରିବାର ଓ ସଂକ୍ରମିତଙ୍କ ଦ୍ୱାରା ପଜିଟିଭ୍ ହୋଇଛନ୍ତି। କଟକରେ କରୋନା ସ୍ଥିତି ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି କମିଶନର୍ ଅନନ୍ୟା ଦାସ। ଯୁଗ୍ମ ପରିବାରରେ ରହୁଥିବା ଲୋକେ ଏଥିପ୍ରତି ବିଶେଷ ଭାବେ ସତର୍କ ହେବାକୁ ସେ ନିବେଦନ କରିଛନ୍ତି। କଟକ ସହରରେ ଏବେ ସୁଦ୍ଧା […]

ani

Tapas Behera
  • Published: Sunday, 26 July 2020
  • , Updated: 26 July 2020, 08:07 PM IST

କଟକ:(ଓଡ଼ିଶା ରିପୋର୍ଟର): କଟକରେ ମହାନଗର ଅଞ୍ଚଳରେ ପରିବାର ଓ ସାହି ପଡ଼ିଶାରୁ ସଂକ୍ରମଣ ବଢ଼ୁଛି। ଏବେ ଯାଏ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୧% ପରିବାର ଓ ସଂକ୍ରମିତଙ୍କ ଦ୍ୱାରା ପଜିଟିଭ୍ ହୋଇଛନ୍ତି। କଟକରେ କରୋନା ସ୍ଥିତି ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି କମିଶନର୍ ଅନନ୍ୟା ଦାସ। ଯୁଗ୍ମ ପରିବାରରେ ରହୁଥିବା ଲୋକେ ଏଥିପ୍ରତି ବିଶେଷ ଭାବେ ସତର୍କ ହେବାକୁ ସେ ନିବେଦନ କରିଛନ୍ତି।

କଟକ ସହରରେ ଏବେ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା ୬୭୧ ରେ ପହଞ୍ଚିଛି। ୨୯୬ ଜଣ କରୋନାରୁ ସୁସ୍ଥ ହେଲେଣି। ଆକ୍ଟିଭ୍ କେସ୍ ୩୬୭ ରହିଛି। ଗତ ସପ୍ତାହରେ ହିଁ ୨୬୪ଟି କେସ୍ ଆସିଛି। ୨୬୪ଟି କେସ୍‌ରୁ ୭୧% ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସିଏମ୍‌ସି କମିଶନର ସଂକ୍ରମିତ ହେଉଛନ୍ତି। ଏଥିପାଇଁ ଯୁଗ୍ମ ପରିବାରରେ ରହୁଥିବା ଲୋକେ ଅଧିକ ଯତ୍ନବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟିଂ ଚାଲିଛି। କଟକ ସହରରେ ବର୍ତ୍ତମାନ ସୁଦ୍ଧା ୩ଟି କଣ୍ଟେନମେଣ୍ଟ ଜୋନ ରହିଛି। କଣ୍ଟେନମେଣ୍ଟ୍ ଜୋନ୍‌ରେ ଥିବା ଅଧିବାସୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ।

କଟକରେ ଏବେ ହୋମ୍ ଆଇସୋଲେସନ୍‌କୁ ଅନୁମତି ଦିଆଯାଇଛି। ହୋମ୍ ଆଇସୋଲେସନ୍ ଗାଇଡଲାଇନ୍‌ରେ ଆସୁଥିବା ବ୍ୟକ୍ତିଙ୍କୁ ଅନୁମତି ମିଳୁଛି ବୋଲି ସେ କହିଛନ୍ତି।

ସେପଟେ କରୋନା ଚିକିତ୍ସା ପାଇଁ କଟକବାସୀଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଇଛନ୍ତି। କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଏନେଇ ଆଗେଇ ଆସନ୍ତୁ, ଯାହା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚିପାରିବ ବୋଲି ସେ କହିଛନ୍ତି।

Related story