ସିଏମ୍‌ସି ଉପନିର୍ବାଚନ ପାଇଁ ୪ ଜଣ ଦାଖଲ କଲେ ନାମାଙ୍କନ ପତ୍ର

କଟକ: କଟକ ମହାନଗର ନିଗମ (ସିଏମ୍‌ସି)ର ୨୧ ନଂ ୱାର୍ଡ ଉପନିର୍ବାଚନ ପାଇଁ ଆଜି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ଚାରି ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସରୁ ଗୌରୀ ଦାସ, ବିଜେପିରୁ ପଦ୍ମିନୀ ବେହେରା ଏବଂ ଶାସକ ବିଜେଡିରୁ ତୁଳସୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଭାରତୀ ବେହେରା ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିଲା।  ବିରାଟ ଶୋଭାଯାତ୍ରାରେ […]

cmc-congrss

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 02:00 PM IST

କଟକ: କଟକ ମହାନଗର ନିଗମ (ସିଏମ୍‌ସି)ର ୨୧ ନଂ ୱାର୍ଡ ଉପନିର୍ବାଚନ ପାଇଁ ଆଜି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ ଚାରି ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସରୁ ଗୌରୀ ଦାସ, ବିଜେପିରୁ ପଦ୍ମିନୀ ବେହେରା ଏବଂ ଶାସକ ବିଜେଡିରୁ ତୁଳସୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଭାରତୀ ବେହେରା ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିଲା।  ବିରାଟ ଶୋଭାଯାତ୍ରାରେ ଆସି ପ୍ରଥମେ ପ୍ରାର୍ଥିପତ୍ର ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ। ତା’ ପରେ ଦଳୀୟ ନେତାଙ୍କ ସହିତ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ପଦ୍ମିନୀ ବେହେରା। ଶେଷରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ତୁଳସୀ ବେହେରା।

ଆସନ୍ତା ୨୦ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ। ୨୩ ତାରିଖରେ ପାର୍ଥିପତ୍ର ପ୍ରତ୍ୟାହାର ଓ ୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନିର୍ବାଚନ ଅଧୀକାରୀ ତଥା କଟକ ଏଡିଏମ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି।

Related story