ସିଏମସି ବୈଠକରେ ଗଣ୍ଡଗୋଳ ଘଟଣା: ୫ ବିଜେଡି କର୍ପୋରେଟରଙ୍କୁ ନୋଟିସ୍

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ଗଣ୍ଡଗୋଳ ଘଟଣାରେ ୫ଜଣ ବିଜେଡି କର୍ପୋରେଟରଙ୍କୁ କମିଶନରେଟ୍‌ ପୋଲିସ୍ ନୋଟିସ୍ କରିଛି। ସେମାନେ ହେଲେ ରଞ୍ଜନ ଖାଁ, ବିକାଶ ବେହେରା, ଇତିଶ୍ରୀ ବେହେରା, ଅନୀଲ ନିଳାଦ୍ରି ଓ ଦୟାନିଧି ନାୟକ। ସିଆରପିସିର ଧାରା ୪୧- ଏ ଅନୁସାରେ ସମସ୍ତଙ୍କୁ ନୋଟିସ୍‌ କରାଯାଇଛି। ଗତ ୨୯ ତାରିଖରେ ସିଏମସି କାଉନସିଲ ବୈଠକ ବେଳେ କିଛି କଂଗ୍ରେସ କର୍ପୋରେଟର କଟକରେ ଡେଙ୍ଗୁ ସ୍ଥିତି ନେଇ ମଶାରି ଟାଙ୍ଗି ଅଭିନବ ଢଙ୍ଗରେ ପ୍ରତିବାଦ […]

jjj

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 11:44 AM IST

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ଗଣ୍ଡଗୋଳ ଘଟଣାରେ ୫ଜଣ ବିଜେଡି କର୍ପୋରେଟରଙ୍କୁ କମିଶନରେଟ୍‌ ପୋଲିସ୍ ନୋଟିସ୍ କରିଛି। ସେମାନେ ହେଲେ ରଞ୍ଜନ ଖାଁ, ବିକାଶ ବେହେରା, ଇତିଶ୍ରୀ ବେହେରା, ଅନୀଲ ନିଳାଦ୍ରି ଓ ଦୟାନିଧି ନାୟକ। ସିଆରପିସିର ଧାରା ୪୧- ଏ ଅନୁସାରେ ସମସ୍ତଙ୍କୁ ନୋଟିସ୍‌ କରାଯାଇଛି।

ଗତ ୨୯ ତାରିଖରେ ସିଏମସି କାଉନସିଲ ବୈଠକ ବେଳେ କିଛି କଂଗ୍ରେସ କର୍ପୋରେଟର କଟକରେ ଡେଙ୍ଗୁ ସ୍ଥିତି ନେଇ ମଶାରି ଟାଙ୍ଗି ଅଭିନବ ଢଙ୍ଗରେ ପ୍ରତିବାଦ କରୁଥିବା ବେଳେ ବିଜେଡି ଓ କଂଗ୍ରେସ କର୍ପୋରେଟରଙ୍କ ମଧ୍ୟରେ ଠେଲାପେଲା ସହ ଗାଳିଗୁଲଜ ହୋଇଥିଲା। ଏନେଇ ଥାନାରେ ମାମଲା ହୋଇଥିଲା।

Related story