ବିବାହ ଉତ୍ସବରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଲୋକଙ୍କୁ ଅନୁମତି

କଟକ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତିଦିନ ରାଜ୍ୟରେ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ଦେଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗାଇଡ୍‌ଲାଇନ୍‌ ଜାରି କରିଥିଲା। ଆଜି କଟକ ମହାନଗର ନିଗମ(ସିଏମ୍‌ସି) ନୂଆ ମାର୍ଗଦର୍ଶିତା ଜାରି କରିଛି। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ […]

cmc

Manoranjan Sial
  • Published: Saturday, 03 April 2021
  • , Updated: 03 April 2021, 04:28 PM IST

କଟକ(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତିଦିନ ରାଜ୍ୟରେ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ଦେଖି ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗାଇଡ୍‌ଲାଇନ୍‌ ଜାରି କରିଥିଲା। ଆଜି କଟକ ମହାନଗର ନିଗମ(ସିଏମ୍‌ସି) ନୂଆ ମାର୍ଗଦର୍ଶିତା ଜାରି କରିଛି।

ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଉପସ୍ଥିତ ରହିପାରିବେ। ଶୁଦ୍ଧି କାର୍ଯ୍ୟରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ ହେବ। ସମ୍ମିଳନୀ ଓ ସମାବେଶ ଉପରେ ରୋକ୍‌ ଲଗାଯାଇଛି ସିଏମ୍‌ସି। କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନକୁ ବନ୍ଦ କରିଛି ସିଏମ୍‌ସି।  ଏହା ସହିତ କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ମଧ୍ୟ ହୋଇପାରିବ ନାହିଁ। ଆସନ୍ତା ୬ ତାରିଖରୁ ଲାଗୁ ହେବ ଏହି ମାର୍ଗଦର୍ଶିକା। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

ଗତ ୨ ତାରିଖ ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ୧୬୭୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୭୦୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୫୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story