ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣର ବଡ଼ ଅଭିଯାନ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ନ୍ୟାସନାଲ୍ କୋଭିଡ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଅଧୀନରେ କ୍ୟାମ୍ପେନ୍ ମୋଡ୍‌ରେ ହେବ ଟିକାକରଣ । ବ୍ଲକ୍ ସ୍ତରରୁ ଟିକାକରଣ କରି ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ । ୫୦ ପ୍ରତିଶତ ଅନ୍‌ଲାଇନ୍ ଓ ୫୦ ପ୍ରତିଶତ ଅନ୍‌ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି […]

vaccine

Niharika Rout
  • Published: Monday, 21 June 2021
  • , Updated: 21 June 2021, 10:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣର ବଡ଼ ଅଭିଯାନ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ନ୍ୟାସନାଲ୍ କୋଭିଡ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଅଧୀନରେ କ୍ୟାମ୍ପେନ୍ ମୋଡ୍‌ରେ ହେବ ଟିକାକରଣ ।

ବ୍ଲକ୍ ସ୍ତରରୁ ଟିକାକରଣ କରି ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ । ୫୦ ପ୍ରତିଶତ ଅନ୍‌ଲାଇନ୍ ଓ ୫୦ ପ୍ରତିଶତ ଅନ୍‌ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ଦ୍ୱିତୀୟ ଡୋଜ ଟିକା ନେବା ସମୟ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବାକୁ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଏବେ ରାଜ୍ୟ ପାଖରେ ୧୦ଲକ୍ଷ କୋଭିସିଲଡ୍ ଡୋଜ୍ ଓ ୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ରହିଛି  । ୧୮ ବର୍ଷରୁ ଅଧିକ ଦେଶର ସମସ୍ତ ନାଗରିକଙ୍କୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇଦେବ । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ କେନ୍ଦ୍ର ୭୫ ପ୍ରତିଶତ ଟିକା କିଣି ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇଦେବ ବୋଲି ଘୋଷଣା କରାଯାଇଛି।

Related story