ପୋଡ଼ାଶଙ୍ଖ ଗାଁରେ ବିଜୁଳି ମାରି ପୋଡ଼ିଗଲା ନଡ଼ିଆ ଗଛ

Ordigital Desk
  • Published: Thursday, 21 June 2018
  • , Updated: 21 June 2018, 04:48 PM IST
<p>ମୋହନା(ମିହିର ଜତି): ସନ୍ଧ୍ୟା ବେଳେ ହଠାତ୍&zwnj; ମାଡ଼ି ଆସିଲା ବର୍ଷା ପବନ। ଗାଁ ଦାଣ୍ଡରେ ଛୋଟଛୋଟ ପିଲାମାନେ ଖେଳୁଥିଲେ ବି ହଠାତ୍&zwnj; ଯେ ଯାହା ବାଟରେ ଯିଏ ଦୌଡିଲେ। &nbsp;ସୁଖିଲା ଘଡ଼ଘଡ଼ି ମାରୁଥାଏ । ଏତିକି ବେଳେ ଏମିତି ବଜ୍ରପାତ ହେଲା, ଯାହା ଶବ୍ଦରେ କିଛି ସମୟ ସମସ୍ତେ ସ୍ତବ୍ଧ ହୋଇଗଲେ। ଆଉ ବଜ୍ରପାତ ଥମିବା ପରେ ବାହାରକୁ ଯାଇ ଦେଖିଲା ବେଳକୁ ହୁତୁହୁତୁ ହୋଇ ଜଳୁଥିଲା ନଡ଼ିଆ ଗଛ।</p> <p>ଗଜପତି ଜିଲା ମୋହନା ବ୍ଲକ ପୋଡାଶଙ୍ଖ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ସନ୍ଧ୍ୟାରେ ଘଟିଥିବା ଏହି ଅଘଟଣ ପରେ ଗ୍ରାମବାସୀ ଏକ ରକମ ଡରି ଯାଇଛନ୍ତି। ଏହି ଦୈବୀ ଦୁର୍ବିପାକକୁ ଧାର୍ମିକ ଭାବନା ସହ ଯୋଡି ଲୋକେ ପୂଜାପାଠ ମଧ୍ୟ କରୁଛନ୍ତି।</p> <p>ବାସ୍ତବରେ ବିଜ୍ଞାନ କୁହେ, ଉଚ୍ଚାରେ ଥିବା ଟାୱାର, ନଡ଼ିଆ ଓ ତାଳ ଭଳି ବୃହତ୍&zwnj; ଗଛ ଉପରେ ବଜ୍ରପାତ ପ୍ରଥମେ ହୋଇଥାଏ। ହେଲେ ଏହାର ମାତ୍ରା ଅଧିକ ଥିଲେ ଗଛରେ ନିଆଁ ମଧ୍ୟ ଲାଗି ଯାଇଥାଏ। ଏଣୁ ଏଭଳି ନଡିଆ ଗଛରେ ନିଆଁ ଲାଗିବା କିଛି ନୂଆ କଥା ନୁହେଁ । ମାତ୍ର ଏହି ଘଟଣା ଏବେ ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।</p>

Related story