ଓଡ଼ିଶାର କାଶ୍ମୀରକୁ ଛୁଇଁଲା ଏବର୍ଷର ପ୍ରଥମ ଶୀତ
- Published: Thursday, 02 November 2017
- , Updated: 02 November 2017, 09:15 AM IST
<p>ଫୁଲବାଣୀ: ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଛୁଇଁଛି ଏ ବର୍ଷର ପ୍ରଥମ ଶୀତ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ନିଆଁ ଜାଳି ବସୁଥିବା ବେଳେ ଅନେକେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ବ୍ୟାୟାମ ଓ ଖେଳକୁଦରେ ମଧ୍ୟ ନିଜକୁ ବ୍ୟସ୍ତ ରଖୁଛନ୍ତି। ଦିନ ତମାମ ଏଠାରେ ଶୀତ ଅନୁଭୂତ ହେଉଛି।</p>
<p>ଦାରିଙ୍ଗବାଡ଼ିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଖସିଲେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ଅଧିକାରୀ କହିଛନ୍ତି।</p>