ରାଜ୍ୟବ୍ୟାପୀ ଶୀତ ଲହରୀ, ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି। ଏହାସହିତ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପରିବହନ ବିଭାଗର ସଚିବ ଓ ଓସଡମା ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି […]

cold-1-12

cold-1-12

Tapas Behera
  • Published: Friday, 27 December 2019
  • Updated: 27 December 2019, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି। ଏହାସହିତ ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ, ପରିବହନ ବିଭାଗର ସଚିବ ଓ ଓସଡମା ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା ଅନୁସାରେ ରାଜ୍ୟରେ ୨-୩ଦିନ ଧରି ପ୍ରବଳ ଶୀତ ଲହରୀ ଅନୁଭୂତ ହେବ। ଅଧିକାଂଶ ଜିଲ୍ଲାରେ ରାତିରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ହ୍ରାସ ପାଇବ। ବିଶେଷକରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ,ମୟୂରଭଞ୍ଜ ଓ ବାଲେଶ୍ୱରରେ ଶୀତ ଲହରୀ ସହ ଦିନବେଳା ମଧ୍ୟ ଶୀତ ଅନୁଭୂତ ହେବ। ସେହିପରି ଉତ୍ତର ଓଡ଼ିଶା ସମେତ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଓ କଳାହାଣ୍ଡିର ଅନେକ ସ୍ଥାନରେ ୨୭-୨୮ ଦୁଇଦିନ ଧରି ଏବଂ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୁଳରେ ମଧ୍ୟ ଶୀତ ଲହରୀ ଅନୁଭୂତ ହେବ।

ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସତର୍କ ରହିବା ସହ ଆଗୁଆ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଯେଉଁ ଲୋକମାନଙ୍କର ବାସଘର ନାହିଁ ଓ ଅବା ରହିବା ପାଇଁ ଉପଯୁକ୍ତ ଘର ନାହିଁ ସେମାନଙ୍କୁ ସ୍କୁଲ କିମ୍ବା ଅନ୍ୟ ସରକାରୀ କୋଠାରେ ରାତ୍ରି ସମୟରେ ରହିବାର ବନ୍ଦୋବସ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରାଯାଇଛି। ସେହିପରି ସହରାଞ୍ଚଳରେ ବାସହରା ଓ ଅନ୍ୟ ଲୋକମାନଙ୍କୁ ରାତ୍ରିକାଳୀନ ଆଶ୍ରୟସ୍ଥଳୀରେ ରହିବାର ବନ୍ଦୋବସ୍ତ କରିବାକୁ କୁହାଯାଇଛି। ଶୀତ ଯୋଗୁ ଅଧିକାଂଶ ଅଞ୍ଚଳରେ କୁହୁଡ଼ି ହେବାର ଆଶଙ୍କା ଥିବାରୁ ପୁଲିସ୍ ଓ ପରିବହନ ବିଭାଗର ଅଧିକାରୀମାନେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟବ୍ୟାପୀ ଶୀତ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା) ପକ୍ଷରୁ ମଧ୍ୟ ସତର୍କତା ସୂଚନା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos