ଥରିବ ଓଡ଼ିଶା, ୪୮ ଘଣ୍ଟା ମଧ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତିରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଫଳରେ ଶୀତର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର ଏବଂ ଉତ୍ତର ପଶ୍ଚିମ ପଟୁ ଥଣ୍ଡା ଏବଂ ଶୁସ୍କ ବାୟୁ ଓଡ଼ିଶାକୁ ପ୍ରେବଶ କରୁଛି […]

cold-wave

Madhupriya Mistry
  • Published: Friday, 18 December 2020
  • , Updated: 18 December 2020, 05:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ।  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାତିରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ଫଳରେ ଶୀତର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଉତ୍ତର ଏବଂ ଉତ୍ତର ପଶ୍ଚିମ ପଟୁ ଥଣ୍ଡା ଏବଂ ଶୁସ୍କ ବାୟୁ ଓଡ଼ିଶାକୁ ପ୍ରେବଶ କରୁଛି । ଏହାରା ପ୍ରଭାବରେ ମୁଖ୍ୟତଃ ଉତ୍ତର ଆଭ୍ୟାନ୍ତରୀଣ ଜିଲ୍ଲାଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ । ପରବିର୍ତ୍ତୀ ସମୟରେ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ଥଣ୍ଡା ଅନୁଭତ ହେବ । ପାଖାପାଖି ୧୦ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ରାତିରେ ପରାଦ ୪ରୁ ୬ ଡିଗ୍ରୀ ଯାଏଁ ଖସିବା ସମ୍ଭାବନା ରହିଛି । ଗତକାଲି ମଧ୍ୟ ଉତ୍ତର ଅଭ୍ୟାନ୍ତରୀଣର କେତେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଆଜି ଝାରସୁଗଡାରେ ସର୍ବନିମ୍ନ ତାପମାତ୍ରା୧୩.୪ ଡିଗ୍ରୀ ରକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ମଧ୍ୟ ପାଖାପାଖି ୪ ଡିଗ୍ରୀ ତାପମାତ୍ରା କମିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଭ୍ୟାନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା କମିବା ନେଇ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

Related story