ଅଫିସରଙ୍କଠୁ ‘କାଳିଆ’ ଟଙ୍କା ଆଦାୟ କର: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ସେମାନଙ୍କ ପାଖକୁ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ପଠାଯିବାକୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି। ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ଅଫିସରମାନଙ୍କଠୁ ସେହି ଅର୍ଥ ରାଜ୍ୟ ସରକାର ଆଦାୟ କରନ୍ତୁ ବୋଲି ଦଳ ଦାବି କରିଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ଗଣମାଧ୍ୟମକୁ ସୂଚନା ପ୍ରତିକ୍ରିୟା ଦେଇ […]

pradeep

pradeep

Manoranjan Sial
  • Published: Friday, 24 July 2020
  • Updated: 24 July 2020, 09:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ସେମାନଙ୍କ ପାଖକୁ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ପଠାଯିବାକୁ ବିଜେପି କଡ଼ା ଭାଷାରେ ସମାଲୋଚନା କରିଛି। ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ଅଫିସରମାନଙ୍କଠୁ ସେହି ଅର୍ଥ ରାଜ୍ୟ ସରକାର ଆଦାୟ କରନ୍ତୁ ବୋଲି ଦଳ ଦାବି କରିଛି।

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ଗଣମାଧ୍ୟମକୁ ସୂଚନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି। ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା। ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ଶାସକ ବିଜେଡି। ଏବେ କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଖକୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ସହ ୧ ମାସ ଭିତରେ ଟଙ୍କା ପଇଠ କରିବା ପାଇଁ ନିର୍ଦ୍ଦେଶ ରହିଛି। ସମଗ୍ର ରାଜ୍ୟରେ ଏବେ କୋରନା ସଙ୍କଟ ଚାଲିଥିବାବେଳେ ରାଜ୍ୟସରକାରଙ୍କ ଏବେ କାଳିଆ ମାଡ଼ କରି ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ। ବିନା ବଜେଟରେ ବିନା ଚାଷୀ ତାଲିକାରେ ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଂଟିଜେନ୍ସି ଫଣ୍ଡରୁ ଅର୍ଥ ଆଣି ବଂଟାଯାଇଥିଲା। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରି ମାନଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? ଯେଉଁ ଅଫିସରମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ। ନଚେତ୍ କାଳିଆ ତାଲିକାରୁ ବାଦ ପକାଇ ଏବେ ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତ୍ତିକୁ ରାଜ୍ୟସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story