‘କାଳିଆ ଯୋଜନାରେ ଚାଷୀ ନୁହେଁ ଅଧିକାରୀଙ୍କଠୁ ଟଙ୍କା ଆଦାୟ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ସହାୟତା ପାଇଥିବା ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ଅର୍ଥ ଫେରସ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ପଠାଯିବାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ବିଜେପି ସହ ସ୍ୱର ମିଳାଇ କଂଗ୍ରେସ ମଧ୍ୟ ଗରିବ ଚାଷୀ ନୁହେଁ ବରଂ ଭୁଲ୍ ହିତାଧିକାରୀ ଚିହ୍ନଟ କରିଥିବା ଅଧିକାରୀଙ୍କଠୁ ଟଙ୍କା ଆଦାୟ କରିବାକୁ ଦାବି କରିଛି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସମଗ୍ର ରାଜ୍ୟରେ କରୋନା […]

kalia

kalia

Manoranjan Sial
  • Published: Tuesday, 28 July 2020
  • Updated: 28 July 2020, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ସହାୟତା ପାଇଥିବା ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ଅର୍ଥ ଫେରସ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ପଠାଯିବାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ବିଜେପି ସହ ସ୍ୱର ମିଳାଇ କଂଗ୍ରେସ ମଧ୍ୟ ଗରିବ ଚାଷୀ ନୁହେଁ ବରଂ ଭୁଲ୍ ହିତାଧିକାରୀ ଚିହ୍ନଟ କରିଥିବା ଅଧିକାରୀଙ୍କଠୁ ଟଙ୍କା ଆଦାୟ କରିବାକୁ ଦାବି କରିଛି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସମଗ୍ର ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦିନମଜୁରିଆ, ଚାଷୀ, ବେକାର, ଯୁବକ, ପରିବା ବିକାଳୀଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଏବେ ବିନା ରୋଜଗାରରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନିଜର ପରିବାର ସଦସ୍ୟମାନଙ୍କୁ ଦିଓଳି ଦାନା ଯୋଗାଇବା ସେମାନଙ୍କ ପାଇଁସ ସମସ୍ୟା ହୋଇଛି। ସରକାରଙ୍କ ଲକଡାଉନ୍ ଓ ସଟଡାଉନ ଆଦେଶକୁ ମାନିବା ଯୋଗୁ ଲୋକେ ନିଜର ରୋଜଗାର ହରାଇ ବସିଛନ୍ତି। କୋଭିଡ୍ ପରିଚାଳନା ନେଇ ଅନେକ ପ୍ରଚାର ସରକାରୀ ବାବୁମାନେ କରି ବାହାବା ନେଉଛନ୍ତି। ପ୍ରବାସୀ ଓଡ଼ିଆ ଶମ୍ରିକମାନେ ଏଠାରେ ସହାୟତା ନପାଇ ପୁଣିଥରେ ଓଡ଼ିଶାରୁ ଫେରିଯିବାକୁ ବସିଛନ୍ତି। ଚାଷୀଙ୍କ କଥା ସରକାର ଏପର୍ଯ୍ୟନ୍ତ ବୁଝିଲେ ନାହିଁ। ୨୦୧୯ରେ ଭୋଟ୍ ନେବା ପାଇଁ ବାହାନ କରି କାଳିଆ ଯୋଜନା ମାଧ୍ୟମରେ ଦିଆଯାଇଥିବା ଟଙ୍କା କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ୍ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡ଼ା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାଳିଆ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ୍ ତଥ୍ୟ ଦେବା ଓ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ସେଥିପ୍ରତି ଆଖିବୁଜି ଦେବାଯୋଗୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ୍ ତଥ୍ୟ ଦେଇଥିବା ଅଧିକାରୀଙ୍କଠୁ ସରକାର ସେହି ଟଙ୍କା ଆଦାୟ କରିବାର ଆବଶ୍ୟକତା ରହିଛି। ଆଉ ତା’ନକରି ବେରୋଜଗାର ହୋଇ ଘରେ ବସିଥିବା ଓ ଖାଇବାକୁ ପାଉନଥିବା ଚାଷୀଙ୍କଠୁ ସରକାର ଟଙ୍କା ଫେରସ୍ତ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏବେ ସାରା ରାଜ୍ୟରେ କରୋନାର ବିଭୀଷିକା ମାଡ଼ିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରର ସଚିବାଳୟରେ ଯାହା ନିଷ୍ପତ୍ତି ହେଉଛି ତାହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ରାଜ୍ୟର ଗରିବ ଲୋକମାନେ ଏବେ ଧୀରେଧୀରେ ଅନାହାର ଆଡ଼କୁ ଗତି କରୁଥିବା ଭଳି ଲାଗୁଛି। ଯଦି ସରକାର ଉଚିତ୍ ପଦକ୍ଷେପ ନନିଅନ୍ତି ତା’ହେଲେ ଆଗାମୀ ଦିନରେ ରାଜ୍ୟବାସୀଙ୍କର ଜୀବନ କି ଜୀବିକା କିଛି ବି ରହିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos