ଦୁଇ କପ୍ ଚା’ ପିଇଲେ, ହାତାହାତି ସରକାରୀ ନିର୍ଦ୍ଦେଶନାମା ଧରାଇଲେ

ଆଠଗଡ଼(ନୀଳକଣ୍ଠ ଦୋରା): ଦୁଇ କପ୍ ଚା’ ପିଇଲେ। ହାତାହାତି ପରମାନେଣ୍ଟ ଟିଚିଂ ପୋଷ୍ଟିଂ ଲେଟର ଧରାଇଲେ। ଗୋଟିଏ କି ଦୁଇଟି ନୁହେଁଁ ଏଭଳି ୨୨ ଜଣ ଶିକ୍ଷକଙ୍କ ଅଭିଯୋଗ ସମାଧାନ କରିଛନ୍ତି ଜିଲ୍ଲାପାଳ। ତାହା ମଧ୍ୟ ଗୋଟିଏ ଦିନରେ ଓ ପୂରା ଫିଲ୍ମ ଷ୍ଟାଇଲ୍‌ରେ। ଆଜି କଟକ ଜିଲ୍ଲାପାଳ ଭବାନିଶଙ୍କର ଚୟନୀ ନିଜସ୍ୱ ଅନୁଭୂତିରୁ ଆରମ୍ଭ କରିଥିବା  ‘ଟି ୱିଥ୍ ଟିଚର’ ଅଭିଯାନରେ ଏଭଳି ପଦକ୍ଷେପ ନେଇଛନ୍ତି। ଆଗକୁ ସମସ୍ତ ଶିକ୍ଷକଙ୍କ ସମସ୍ୟା ସମାଧାନ କରିଦେବାକୁ ସେ […]

chaini

chaini

Niranjan Mishra
  • Published: Friday, 02 September 2022
  • Updated: 02 September 2022, 10:51 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଦୁଇ କପ୍ ଚା’ ପିଇଲେ। ହାତାହାତି ପରମାନେଣ୍ଟ ଟିଚିଂ ପୋଷ୍ଟିଂ ଲେଟର ଧରାଇଲେ। ଗୋଟିଏ କି ଦୁଇଟି ନୁହେଁଁ ଏଭଳି ୨୨ ଜଣ ଶିକ୍ଷକଙ୍କ ଅଭିଯୋଗ ସମାଧାନ କରିଛନ୍ତି ଜିଲ୍ଲାପାଳ। ତାହା ମଧ୍ୟ ଗୋଟିଏ ଦିନରେ ଓ ପୂରା ଫିଲ୍ମ ଷ୍ଟାଇଲ୍‌ରେ। ଆଜି କଟକ ଜିଲ୍ଲାପାଳ ଭବାନିଶଙ୍କର ଚୟନୀ ନିଜସ୍ୱ ଅନୁଭୂତିରୁ ଆରମ୍ଭ କରିଥିବା  ‘ଟି ୱିଥ୍ ଟିଚର’ ଅଭିଯାନରେ ଏଭଳି ପଦକ୍ଷେପ ନେଇଛନ୍ତି। ଆଗକୁ ସମସ୍ତ ଶିକ୍ଷକଙ୍କ ସମସ୍ୟା ସମାଧାନ କରିଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସୂଚନା ମୁତାବକ, ଶିକ୍ଷକ ଟିଏ ନିଜର ସମସ୍ୟା କାଗଜ ଧରି ଆଉ ଏ ଅଫିସରୁ ସେ ଅଫିସ ଦୌଡିବ ନାହିଁ। କେବଳ ଉତ୍ତମ ଶିକ୍ଷା ଦେବ, ଛାତ୍ର ଗଢ଼ିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସବୁ ସମସ୍ୟାର ସମାଧାନ ହେବ। ଏଥିପାଇଁ ଆରମ୍ଭ ହୋଇଛି ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି " ଟି ଓ୍ୱିଥ୍ ଟିଚର୍ "। ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଅଭିଯୋଗ ଶୁଣାଣି କରାଯାଉଛି କଟକ ଜିଲ୍ଲାରେ।

ଆଜି ଆଠଗଡ ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଶିକ୍ଷକମାନଙ୍କ ଅଭିଯୋଗ ଶୁଣାଣି ଶିବିର କରାଯିବା ସହ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା। ଯେଉଁ ଶିକ୍ଷକମାନେ ଅଭିଯୋଗ କରିଥିଲେ ସେହି ଶିକ୍ଷକଙ୍କ ଘରେ ପହଞ୍ଚି ଜିଲ୍ଲାପାଳ ସମାଧାନ ପତ୍ର ଦେଇ ଆସିଥିଲେ। ଏହି ଅବସରରେ ଚା ପିଇ ଜିଲ୍ଲାପାଳ ସମ୍ପୃକ୍ତ ଶିକ୍ଷକଙ୍କ ପରିବାର ହାଲ୍‌ଚାଲ ବୁଝିଥିଲେ।

କଟକ ଜିଲ୍ଲାରେ ପ୍ରଥମେ କଟକ ଖାନନଗର ସ୍କୁଲରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଆଠଗଡ ବିଶ୍ୱନାଥ ବିଦ୍ୟାପୀଠରେ ସ୍ୱତନ୍ତ୍ର ଶୁଣାଣି ଶିବିର କରାଯାଇଛି। ଏହି ଶୁଣାଣିରେ ୨୨ରୁୁ ଅଧିକ ଅଭିଯୋଗର ଶୁଣାଣି କରାଯାଇଛି।

ଯାହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ଥିଲା ବିନ୍ଧାଣି ମା ସ୍କୁଲର ଜୟନ୍ତୀ ସାହୁଙ୍କ ସମସ୍ୟା। ସେ କହିଛନ୍ତି, ବିନ୍ଧାଣି ମା ସ୍କୁଲରୁ ତାଙ୍କ ବଦଳି କରିବାକୁ ଶିକ୍ଷା ନିର୍ଦ୍ଦେଶକ ଓ ଡିଇଓ ସୁପାରିଶ କରିଛନ୍ତି। ହେଲେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ଛାଡ଼ୁ ନ ଥିଲେ। ସ୍ୱତନ୍ତ୍ର ଶୁଣାଣିରେ ସେ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବାର ମାତ୍ର ଏକ ଘଣ୍ଟା ଭିତରେ ସମସ୍ୟାର ସମାଧାନ କରିଥିଲେ। ହାତରେ ଆଣି ରିଲିଭ୍ ଅଡର୍ ଧରାଇଥିଲେ।

ସେହିଭଳି ଆଠଗଡ ମଡେଲ ସ୍କୁଲର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଚୌଧୁରୀ କହିଛନ୍ତି, ସେ ଜଣେ ହୃଦରୋଗୀ। ତଥାପି ତାଙ୍କୁ ଡେପୁଟେସନରେ ଦୂରକୁ ପୋଷ୍ଟିଂ କରାଯାଇଥିଲା। କେହି ସମସ୍ୟାର ସମାଧାନ କରୁ ନ ଥିଲେ। ସେ ଏନେଇ ସ୍ୱତନ୍ତ୍ର ଶୁଣାଣିରେ ଜିଲ୍ଲାପାଳଙ୍କୁ କହିଥିଲେ। ମାତ୍ର ଅଧଘଣ୍ଟା ଭିତରେ ସମସ୍ୟା ସମାଧାନ ହୋଇଥିଲା। ଘରେ ବସି ଦୁଇ କପ୍ ଚା’ ପିଇବା ଭିତରେ ଜିଲ୍ଲାପାଳ ପରମାନେଣ୍ଟ ପୋଷ୍ଟିଂ ଲେଟର ଦେଇଥିଲେ।

ଏନେଇ ଜିଲ୍ଲାପାଳ କହିଛନ୍ତି, ସରକାରଙ୍କ ଅଭିମୁଖ୍ୟକୁ ସଫଳ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହାର ମୁଖ୍ୟ ଲକ୍ଷ୍ୟ ଭଲ ଛାତ୍ରଛାତ୍ରୀ ଉତାରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story