ଚଳଞ୍ଚଳ ହେଲା କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତଥାପି ଯାଇନି ଡର। ଆଜିଠାରୁ କୋଭିଡ୍‌ କଟକଣା ଭିତରେ ଖୋଲିଛି କଲେଜ ଓ ବିଶ୍ୱବିଦ୍ୟାଳୟ। ରାଜ୍ୟର ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ UG/PG ଶେଷବର୍ଷ ପାଠପଢା ଆରମ୍ଭ ହୋଇଛି। ୯ ମାସ ଧରି ଖାଁ ଖାଁ ହୋଇଥିବା କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ କ୍ଲାସ କରିବା ପାଇଁ ଛାତ୍ରଛାତ୍ରୀ କଲେଜକୁ ଆସିଥିଲେ। ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତ୍ୱ ମାନିଥିଲେ। […]

university

Manoranjan Sial
  • Published: Monday, 11 January 2021
  • , Updated: 11 January 2021, 08:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତଥାପି ଯାଇନି ଡର। ଆଜିଠାରୁ କୋଭିଡ୍‌ କଟକଣା ଭିତରେ ଖୋଲିଛି କଲେଜ ଓ ବିଶ୍ୱବିଦ୍ୟାଳୟ। ରାଜ୍ୟର ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ UG/PG ଶେଷବର୍ଷ ପାଠପଢା ଆରମ୍ଭ ହୋଇଛି। ୯ ମାସ ଧରି ଖାଁ ଖାଁ ହୋଇଥିବା କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ କ୍ଲାସ କରିବା ପାଇଁ ଛାତ୍ରଛାତ୍ରୀ କଲେଜକୁ ଆସିଥିଲେ। ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତ୍ୱ ମାନିଥିଲେ।

ସେପଟେ ହଷ୍ଟେଲ ଖୋଲିବାକୁ ଅନୁମତି ମିଳିଥିବାରୁ ଏଠାରେ ସବୁ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟବସ୍ଥାରେ ଯେପରି ତ୍ରୁଟି ନହୁଏ, ସେଥିଲାଗି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରବେଶ ପୂର୍ବରୁ ହଷ୍ଟେଲ୍‌କୁ ସାନିଟାଇଜ କରାଯାଇଛି। ଅନ୍ତେବାସୀମାନେ ପଞ୍ଜୀକରଣ କରି ରୁମକୁ ଯାଉଛନ୍ତି। ଏହାସହ ହଷ୍ଟେଲରେ ଆଇସୋଲେସନ ରୁମ୍‌ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଡାଇନିଂ, ରିଡିଂ ଓ ଟିଭି ହଲ୍‌ ମଧ୍ୟ ସାମାଜିକ ଦୂରତାକୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ସେପଟେ କଲେଜ ଯାଇ ସ୍ଥିତି  ଅନୁଧ୍ୟାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଅନ୍ୟପଟେ ବୈଷୟିକ ଓ ପ୍ରଫେସନା‌ଲ୍‌ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଆଜିଠାରୁ ଖୋଲିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌  ଅନୁଯାୟୀ ଏହି ସବୁ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଭିଡକୁ ଏଡାଇବା ଲାଗି ଏକାଧିକ ସିଟିଂ କରି ଶିକ୍ଷାଦାନ ଦିଆଯାଉଛି। କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଛି ଶିକ୍ଷାନୁଷ୍ଠାନ।

କରୋନାର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏବର୍ଷ ଯେପରି ଶିକ୍ଷା କ୍ୟାଲେଣ୍ଡର ପ୍ରଭାବିତ ନହେବ, ସେଥିଲାଗି ଅଗ୍ରାଧିକାର ଭିତ୍ତିରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ କ୍ଲାସ୍‌ ରୁମ୍‌ ଶିକ୍ଷାଦାନ ଆରମ୍ଭ ହୋଇଛି। ଖୁବ ଶୀଘ୍ର ପୂର୍ଣ୍ଣମାତ୍ରାରେ ପଢା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Related story