ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଲେ ଛାତ୍ର

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କ ଉପରେ ତାଙ୍କ ସହପାଠୀ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ଓ ଏହାପରେ ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲେ। ତା’ପରେ ସେ ଘଟଣାସ୍ଥଳରୁ […]

fair

Jyoshna Pradhan
  • Published: Saturday, 01 June 2019
  • , Updated: 01 June 2019, 10:31 AM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କ ଉପରେ ତାଙ୍କ ସହପାଠୀ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ଓ ଏହାପରେ ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲେ। ତା’ପରେ ସେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ପୋଡ଼ି ଯାଇଥିବା ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଛାତ୍ରଙ୍କ ଘର ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏନେଇ ସେମିଳିଗୁଡ଼ା ପୁଲିସ୍‌ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Related story