ହୁସିଆର୍ କଲେଜ ରୋମିଓ! ଆଖି ମାରିଲେ କାର୍ଯ୍ୟାନୁଷ୍ଠାନ  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କଲେଜରେ ରାଗିଂ ବଢ଼ିବାରେ ଲାଗିଛି। ଏନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଗିଂ ରୋକିବା ଦିଗରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏବେ କଲେଜରେ କେହି କାହାକୁ ଆଖି ମାରିଲେ ବି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି,“ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି  କରିବା ପାଇଁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି […]

wink

Ordigital Desk
  • Published: Friday, 03 August 2018
  • , Updated: 03 August 2018, 01:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କଲେଜରେ ରାଗିଂ ବଢ଼ିବାରେ ଲାଗିଛି। ଏନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଗିଂ ରୋକିବା ଦିଗରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏବେ କଲେଜରେ କେହି କାହାକୁ ଆଖି ମାରିଲେ ବି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି,“ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି  କରିବା ପାଇଁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ରାଗିଂକୁ ବରଦାସ୍ତ କରାଯିବ ନାହିଁ। ରାଗିଂ ପ୍ରମାଣିତ ହେଲେ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରାଯିବ।”

Related story