କଲେଜରୁ ଫେରୁଥିବା ବେଳେ...

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ  ନିର୍ମଳା ଗୋଚ୍ଛାୟତଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ […]

kidnapping1

kidnapping1

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 05:48 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି।

ଥାନା ଅଧିକାରୀ  ନିର୍ମଳା ଗୋଚ୍ଛାୟତଙ୍କ ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନଥିଲେ। ତା’ପରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos