ମାରିଦେଲା ବିଫଳ ପ୍ରେମିକ ! ଜୀବନ ଯୁଦ୍ଧରେ ହାରିଗଲେ ଛାତ୍ରୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା):କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠିନୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣଙ୍କ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ। ତେବେ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିବା ଜଣେ ନାବାଳକ ଜୁନ୍ ପହିଲାରେ  ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା। ପ୍ରଥମେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ […]

b-cc

Tapas Behera
  • Published: Monday, 10 June 2019
  • , Updated: 10 June 2019, 04:15 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା):କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠିନୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଛାତ୍ରୀ ଜଣଙ୍କ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ।

ତେବେ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିବା ଜଣେ ନାବାଳକ ଜୁନ୍ ପହିଲାରେ  ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲା। ପ୍ରଥମେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି।

ଅଭିଯୁକ୍ତ ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିବା ପରେ ପଚରାଉଚରା କରିବା ପାଇଁ ପୁଲିସ ହେପାଜତକୁ ନେଇଥିଲା। ପରେ  ଜୁଭେନାଇଲ କୋର୍ଟରେ ହାଜର କରାଇଥିଲା।

Related story