ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ: ୫ କୋଟିରୁ ଅଧିକ ଠାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି କରାଇ ଦେବାର ପ୍ରତିଶ୍ରୁତି ଲୋକଙ୍କୁ ଠକିବା ଓ ଲାଂଚ ନେବାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅର୍ନ୍ତଗତ ବିଶ୍ୱନାଥପୁରସ୍ଥିତ ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁ ଆଜି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠୁ ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ ୫କୋଟିରୁ ଅଧିକ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିବାବେଳେ ଅଧିକ ଖୋଳତାଡ଼ ଜାରି ରଖିଛନ୍ତି। ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ,ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ […]

Vigilance Raid

Ordigital Desk
  • Published: Monday, 07 March 2022
  • , Updated: 07 March 2022, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି କରାଇ ଦେବାର ପ୍ରତିଶ୍ରୁତି ଲୋକଙ୍କୁ ଠକିବା ଓ ଲାଂଚ ନେବାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅର୍ନ୍ତଗତ ବିଶ୍ୱନାଥପୁରସ୍ଥିତ ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁ ଆଜି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠୁ ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ ୫କୋଟିରୁ ଅଧିକ ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିବାବେଳେ ଅଧିକ ଖୋଳତାଡ଼ ଜାରି ରଖିଛନ୍ତି।

ଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ,ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଆଜି କଲେଜ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା । ଏହି ଚଢ଼ଉରେ ୬ଜଣ ଡିଏସପି ଓ ୪ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଚଢ଼ଉବେଳେ ତାଙ୍କ ନିକଟରୁ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରେ ୩ଟି କ୍ରସର ୟୁନିଟ୍ , ୨ଟି ଜେସିବି, ୪ଟି ଟ୍ରକ ଓ ଟ୍ରିପର, ୨ଟି ଏସୟୁଭି, ୪ଟି ବାଇକ, ୩ଟି ପ୍ଲଟ୍ ଓ ୨ଟି କୋଠା, ପ୍ରାୟ ୮ଲକ୍ଷ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ଗେଜେଟ୍ ଆଦି ସମେତ ମୋଟ ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ସମ୍ପତ୍ତିର ଏକ ଲମ୍ବା ତାଲିକା ପ୍ରସ୍ତୁତ କରାଯାଇଥିଛି । ତାଙ୍କ ନିକଟରୁ ନଗଦ ୧.୯୪ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । ଶ୍ରୀ ସାହୁଙ୍କ ପତ୍ନୀଙ୍କ ନାଁରେ ଖୋର୍ଦ୍ଧାରେ ଗୋଟିଏ ଓ କଳାହାଣ୍ଡି ଜିଲ୍ଲାରେ ୨ଟି କ୍ରସର ରହିଛି, ଯାହାର ଆନୁମାନିକ ମୂଲ୍ୟ ୩କୋଟି ଟଙ୍କା ଆକଳନ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀ ସାହୁ ପିଅନ ଚାକିରି କରାଇବାକୁ କହି ଜଣେ ବ୍ୟକ୍ତିଙ୍କଠୁ ଅଢ଼େଇ ଲକ୍ଷ ଟଙ୍କା ଓ ଅନ୍ୟ ଜଣଙ୍କଠୁ ୨.୭୫ଲକ୍ଷ ଟଙ୍କା, ସୁଇପର ପଦବୀ ପାଇଁ ୧.୭୦ଲକ୍ଷ ଟଙ୍କା ଲାଂଚ ନେଇଥିଲେ । ଏହି ଠକେଇ ମାମଲାରେ କଲେଜ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Related story