ରାଜଧାନୀ ଆକାଶରେ ଚମକିଲା ଧୂମକେତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୃଶ୍ୟମାନ ହେଉଛି ଶତାବ୍ଦୀର ପ୍ରଥମ ଧୂମକେତୁ। ଭୁବନେଶ୍ୱର ଆକାଶରୁ ଆଜି ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ। ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ଶତାବ୍ଦୀର ଏହି ପ୍ରଥମ ଧୂମକେତୁ ଆସନ୍ତା ୩୦ ତାରିଖ ଯାଏଁ ଦୃଶ୍ୟମାନ ହେବ। #Exclusive #Comet ଓଡ଼ିଶା ଆକାଶରେ ଧୂମକେତୁ। ଓଡ଼ିଶାର […]

dhumaketu

dhumaketu

Manoranjan Sial
  • Published: Saturday, 25 July 2020
  • Updated: 26 July 2020, 01:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦୃଶ୍ୟମାନ ହେଉଛି ଶତାବ୍ଦୀର ପ୍ରଥମ ଧୂମକେତୁ। ଭୁବନେଶ୍ୱର ଆକାଶରୁ ଆଜି ଏହି ବିରଳ ମହାଜାଗତିକ ଦୃଶ୍ୟକୁ ନିଜ ଟେଲି ଲେନ୍ସରେ କଏଦ କରିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ। ଏହି ଫଟୋ ଧୂମକେତୁ ସି/୨୦୨୦ ଏଫ୍-୩ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଖାଲି ଆଖିରେ ଦୃଶ୍ୟମାନ ହେଉଥିବା ଶତାବ୍ଦୀର ଏହି ପ୍ରଥମ ଧୂମକେତୁ ଆସନ୍ତା ୩୦ ତାରିଖ ଯାଏଁ ଦୃଶ୍ୟମାନ ହେବ।

https://twitter.com/OdishaReporter/status/1287067902114295809?s=20

ଏହି ଧୂମକେତୁଟି ୧୪ ତାରିଖରୁ ମହାକାଶରେ ଦୃଶ୍ୟମାନ ହେଉଛି। ୩୦ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଧୀରେ ଧୀରେ ଏହା ଉପର ଆଡ଼କୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ।

ଦୀର୍ଘ ୨୩ ବର୍ଷ ପରେ ଏମିତି ଖାଲି ଆଖିରେ ଧୂମକେତୁ ଦେଖିବାର ସୁଯୋଗ ପାଇଛନ୍ତି ସାଧାରଣ ଲୋକେ। ଏହାପରେ ୬ ହଜାର ୮ ଶହ ବର୍ଷ ପରେ ଏହି ସମାନ ଧୂମକେତୁକୁ ପୁଣି ମହାକାଶରେ ଦେଖିବା ମିଳିବ ବୋଲି ମହାକାଶ ବିଜ୍ଞାନୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos