କମିଶନରେଟ ପୋଲିସ ମୋବାଇଲ ଆପର ହେବ ଆଧୁନିକୀକରଣ

ଭୁବନେଶ୍ୱର: କମିଶନରେଟ ପୋଲିସ ମୋବାଇଲ ଆପର ଆଧୁନିକୀରଣ ହେବ । ଏଣିକି  ଆପ ଖୋଲିବା ମାତ୍ରେ ଏହା ଅଟୋମେଟିକ ଜିପିଏସ୍ ବ୍ୟବସ୍ଥା ସହ ଲିଙ୍କ ହୋଇଯିବ। ନୂଆ ଆପରେ ଟ୍ରାଫିକ ସମ୍ୱନ୍ଧୀୟ ମେସେଜ ସାଙ୍ଗକୁ, ରୋଡ ବ୍ଲକ କିମ୍ୱା ଟ୍ରାଫିକ୍ ଜାମ ସମ୍ୱନ୍ଧୀୟ ସୂଚନା ମିଳିବ। ମେସେଜ ମାଧ୍ୟମରେ ସହରର କେଉଁ ସ୍ଥାନରେ କ’ଣ ଘଟୁଛି ସାଧାରଣ ଲୋକ ଜାଣିପାରିବେ। ପ୍ରିପେଡ ଅଟୋ ସମ୍ୱନ୍ଧୀୟ ସୂଚନା ମଧ୍ୟ ଏଥିରେ ରହିବ। ମହିଳାଙ୍କ ସୁରକ୍ଷା ପାଇଁ ମୋ’ ସାଥୀ […]

10rajendra -5

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 07:45 AM IST

ଭୁବନେଶ୍ୱର: କମିଶନରେଟ ପୋଲିସ ମୋବାଇଲ ଆପର ଆଧୁନିକୀରଣ ହେବ । ଏଣିକି  ଆପ ଖୋଲିବା ମାତ୍ରେ ଏହା ଅଟୋମେଟିକ ଜିପିଏସ୍ ବ୍ୟବସ୍ଥା ସହ ଲିଙ୍କ ହୋଇଯିବ। ନୂଆ ଆପରେ ଟ୍ରାଫିକ ସମ୍ୱନ୍ଧୀୟ ମେସେଜ ସାଙ୍ଗକୁ, ରୋଡ ବ୍ଲକ କିମ୍ୱା ଟ୍ରାଫିକ୍ ଜାମ ସମ୍ୱନ୍ଧୀୟ ସୂଚନା ମିଳିବ। ମେସେଜ ମାଧ୍ୟମରେ ସହରର କେଉଁ ସ୍ଥାନରେ କ’ଣ ଘଟୁଛି ସାଧାରଣ ଲୋକ ଜାଣିପାରିବେ। ପ୍ରିପେଡ ଅଟୋ ସମ୍ୱନ୍ଧୀୟ ସୂଚନା ମଧ୍ୟ ଏଥିରେ ରହିବ। ମହିଳାଙ୍କ ସୁରକ୍ଷା ପାଇଁ ମୋ’ ସାଥୀ ଆପକୁ ମୋବାଇଲ ଆପରେ ଲିଙ୍କ କରାଯିବ । ଦୁଇଟି ମୋବାଇଲ ଆପ କାମ କରୁଥିଲା। ଏବେ ଦୁଇଟିକୁ ଯୋଡା ଯାଇଛି । ଦେଖାଯାଉ ଏହି ନୂଆ ମୋବାଇଲ ଆପ୍ ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେଉଛି ବୋଲି ପୋଲିସ କମିଶନର  ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

Related story