କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

କଟକ (ଓଡ଼ିଶା ରିପୋର୍ଟର): କଟକ ସହରର ବିଭିନ୍ନ ପୂଜା କମିଟିକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ କିପରି ରୋକାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଦୋକାନରେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।  ବଜାର କମିଟି ସ୍ୱେଚ୍ଛାସେବୀ ରଖି ସାମାଜିକ ଦୂରତା ରକ୍ଷା କରିପାରିବେ। ଆବଶ୍ୟକ ପଡ଼ିଲେ ପୋଲିସ୍ ସହାୟତା ଯୋଗାଇ ଦିଆଯିବ ବୋଲି  କମିଶନର କହିଛନ୍ତି। ଦରକାର […]

durga

Tapas Behera
  • Published: Thursday, 24 September 2020
  • , Updated: 24 September 2020, 06:36 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ସହରର ବିଭିନ୍ନ ପୂଜା କମିଟିକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ କିପରି ରୋକାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଦୋକାନରେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।  ବଜାର କମିଟି ସ୍ୱେଚ୍ଛାସେବୀ ରଖି ସାମାଜିକ ଦୂରତା ରକ୍ଷା କରିପାରିବେ। ଆବଶ୍ୟକ ପଡ଼ିଲେ ପୋଲିସ୍ ସହାୟତା ଯୋଗାଇ ଦିଆଯିବ ବୋଲି  କମିଶନର କହିଛନ୍ତି।

ଦରକାର ହେଲେ ଦୋକାନ ଆଗରେ ବ୍ୟାରିକେଡ୍ ଲଗାଇବାକୁ ଆଲୋଚନା କରାଯାଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ଦୋକାନ ବନ୍ଦ ଲାଗି ବିଭିନ୍ନ କମିଟି ପ୍ରସ୍ତାବ ଦେଇଛନ୍ତି । କମିଟିଙ୍କ ପ୍ରସ୍ତାବକୁ ସିମସି ଓ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ବୈଠକ ଶେଷରେ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

Related story