“ନାବାଳିକା ଗଣଦୁଷ୍କର୍ମ ମାମଲାରେ କ’ଣ ପଦକ୍ଷେପ ନେଇଛ କୁହ”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଏ ଯାଏଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ୪୮ ଘଣ୍ଟା ଭିତରେ ଜଣାଇବାକୁ କମିଶନରେଟ୍‌ ପୁଲିସକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପୁଲିସକୁ କହିଛନ୍ତି। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଘଟଣାକୁ ଚାପିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ଉପରେ  ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ […]

rape

Manoranjan Sial
  • Published: Thursday, 10 September 2020
  • , Updated: 10 September 2020, 04:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଏ ଯାଏଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ୪୮ ଘଣ୍ଟା ଭିତରେ ଜଣାଇବାକୁ କମିଶନରେଟ୍‌ ପୁଲିସକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପୁଲିସକୁ କହିଛନ୍ତି। ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଘଟଣାକୁ ଚାପିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ଉପରେ  ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ଅଧ୍ୟକ୍ଷା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସଂସ୍ଥାର ଏମ୍‌ଡି, କମିଶନରେଟ ପୁଲିସ୍ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ମାମଲାର ତଦନ୍ତ ନକରି କାହିଁକି ତରବରିଆ ଭାବେ ନୋଟିସ ଜାରି କଲେ? ଏଠାରେ କହିବାକୁ ଚାହୁଁଛୁ ଯେ, ଅଭିଯୋଗକାରିଣୀ ଓଟିଭି କର୍ତ୍ତୃପକ୍ଷଙ୍କ ନିକଟରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ପାଇଁ ଗଠିତ ଓଟିଭିର ଆଭ୍ୟନ୍ତରୀଣ କମିଟି ମୁଖ୍ୟ ତାଙ୍କୁ ଏ ନେଇ ପୁଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେତେବେଳ ମହିଳା ଜଣଙ୍କ ଚୁପ୍‌ ରହିଥିଲେ। ଓଲଟା ଅଭିଯୋଗକାରିଣୀ ମିଥ୍ୟା ମାମଲାର ଧମକ ଦେଇ ବ୍ଲାକ୍‌ମେଲ୍‌ କରିବା ସହିତ ଓଟିଭି କର୍ତ୍ତୃପକ୍ଷଙ୍କଠାରୁ ଟଙ୍କା ଆଦାୟ ପାଇଁ ଅପଚେଷ୍ଟା କରିଥିବା ଜଣାପଡ଼ିଥିଲା। ସେ ସଂପର୍କିତ ପ୍ରମାଣ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଖାଲି ସେତିକି ନୁହେଁ, ଦୁଇମାସ ତଳେ ମହିଳାଙ୍କ ବ୍ୟବହାର ନେଇ ଓଟିଭିର ଏଚ୍‌ଆର୍‌ ମ୍ୟାନେଜମେଣ୍ଟ ତରଫରୁ ସ୍ଥାନୀୟ ଥାନାରେ ଏତଲା ଦାୟର ହୋଇଥିଲା।

ଏସବୁ ବିଷୟରେ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ଅବଗତ ଅଛନ୍ତି ତ? ତରବରିଆ ଭାବେ ଏଭଳି ନୋଟିସ୍‌ ଦିଅଯିବା ପଛର ପ୍ରକୃତ ଉଦ୍ଦେଶ୍ୟ କଣ? କମିଶନ ଅଧ୍ୟକ୍ଷାଙ୍କ ଉପରେ ଏପରି କରିବା ପାଇଁ ରାଜନୈତିକ ଚାପ ନାହିଁ ତ? ଏ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଗତ ଅଗଷ୍ଟ ୩୦ ତାରିଖରେ ସଂପୃକ୍ତ ମହିଳା ନିଜ ନାବାଳିକା ଝିଅ ସହ ଭୁବନେଶ୍ୱର ମହିଳା ଥାନାକୁ ଆସି ଏତଲା ଦେଇଥିଲେ। ଯେଉଁଥିରେ ଓଟିଭିର କିଛି କର୍ମଚାରୀଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ଦୁଇ ସହଯୋଗୀଙ୍କ ସଂପୃକ୍ତି ଥିବା ଉଲ୍ଲେଖ କରିଥିଲେ। ତେବେ ସମ୍ପୃକ୍ତ ପୁଲିସ କର୍ମଚାରୀ କିଏ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Related story