ଯେଉଁ ପୁଅ ରୋଷେଇ କରିବାକୁ ମନା କରିବ ତାକୁ ଝିଅ ବାହା ହେବା କଥା ନୁହଁ: ସିପି

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର):ମହିଳାଙ୍କୁ ସ୍ୱାବଲମ୍ବୀ, ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ପୁଲିସ କମିଶନର। ମହିଳା କେବଳ ରୋଷେଇ ଘରେ ସୀମିତ ହୋଇ ରହିବେନି, ସେଥିପାଇଁ ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ। ଆଜି ଏପରି କିଛି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର୍ ସୁଂଧାଶୁ ଷଡ଼ଙ୍ଗୀ । ଖାଲି ଏତିକି ନୁହେଁ ଯେଉଁ ପିଲା ରୋଷେଇ କରିବାକୁ ବାରଣ କରିବେ ତାଙ୍କୁ ବିବାହ କରିବାକୁ ଯୁବତୀ ମାନେ ମନା କରିବା ଦରକାର ବୋଲି ସିପି କହିଛନ୍ତି। […]

b-9087

Tapas Behera
  • Published: Thursday, 02 January 2020
  • , Updated: 02 January 2020, 04:50 PM IST

ଭୁବନେଶ୍ୱର(‌ଓଡ଼ିଶା ରିପୋର୍ଟର):ମହିଳାଙ୍କୁ ସ୍ୱାବଲମ୍ବୀ, ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ପୁଲିସ କମିଶନର। ମହିଳା କେବଳ ରୋଷେଇ ଘରେ ସୀମିତ ହୋଇ ରହିବେନି, ସେଥିପାଇଁ ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ। ଆଜି ଏପରି କିଛି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର୍ ସୁଂଧାଶୁ ଷଡ଼ଙ୍ଗୀ । ଖାଲି ଏତିକି ନୁହେଁ ଯେଉଁ ପିଲା ରୋଷେଇ କରିବାକୁ ବାରଣ କରିବେ ତାଙ୍କୁ ବିବାହ କରିବାକୁ ଯୁବତୀ ମାନେ ମନା କରିବା ଦରକାର ବୋଲି ସିପି କହିଛନ୍ତି।

ଏହି ଅବସରରେ କମିଶନର୍ ନିଜ କଲେଜ ଦିନର ସ୍ମୁତିକୁ ମନେ ପକାଇ ଉଦାହରଣ ଭାବେ ଥୋଇଥିଲେ।  ସେ କହିଥିଲେ ଯେ, ମୁଁ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିଲି ପୁରା କଲେଜରେ ଜଣେ ଝିଅ ସାଇକେଲରେ ଆସୁଥିଲା। ବାକି ସମସ୍ତେ ରିକ୍ସାରେ ଆସୁଥିଲେ। ତାଙ୍କୁ ଯିଏ କମେଣ୍ଟ ମାରିବ ଶୁଣି ନଶୁଣିଲା ଭଳି ଆସୁଥିଲେ। କେହି ପ୍ରତିବାଦ କରୁ ନଥିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି ବୋଲି ସେ କହିଥିଲେ।

ସେ ଆହୁରି କହିଛନ୍ତି ଯେ ଆମ ଦେଶରେ ଯେତେ ପର୍ଯ୍ୟନ୍ତ ରୋଷେଇ କାମକୁ ଗୋଟିଏ ମହିଳାମାନଙ୍କ କାମ ବୋଲି କୁହାଯାଉଥିବ ସେତେ ଦିନ ଯାଏଁ ମହିଳାମାନଙ୍କୁ ସମ୍ମାନ ମିଳିବନି ବୋଲି ସେ କହିଥିଲେ। ସେ କହିଥିଲେ ଯେ ସ୍କୁଲ ବେଳରୁ ପୁଅମାନେ ରୋଷେଇ ଶିଖିବା ଉଚିତ୍‌। କମିଶନରଙ୍କ ଏହି ମନ୍ତବ୍ୟ ବେଶ ହାସ୍ୟରୋଳ ସୃଷ୍ଟି କରିଥିଲା। ସେ କହିଥିଲେ ଯେ, ରୋଷେଇ ନକଲେ ରୋଷେଇର ଗୁରୁତ୍ୱ ବୁଝିବେନି । ତେଣୁ ମହିଳାମାନଙ୍କୁ ଯେମିତି ସମ୍ମାନ ମିଳିବ ସେ ଦିଗରେ ଆମକୁ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

Related story