ଏରାଗୁଲା ଗ୍ୟାଙ୍ଗ ପାଖରୁ ମିଳିଲା ହୀରା ହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏରାଗୁଲା ଗ୍ୟାଙ୍ଗ ପାଖରୁ ମିଳିଲା ହୀରା ହାର। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହିତ ଲକ୍ଷେ ୫୦ ହଜାର ଟଙ୍କା, ଦୁଇଟି ବାଇକ୍‌, ୧୨ଟି ମୋବାଇଲ୍‌ ଓ କାର୍‌ ଗାଚ ଭଙ୍ଗା ଯନ୍ତ୍ର ଜବତ କରିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ଭୁବନେଶ୍ୱର ଡିସିପିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର। ଏରାଗୁଲା ଗ୍ୟାଙ୍ଗ ନାଁରେ ପରିଚିତ। ଏମାନଙ୍କ […]

Daimond

Manoranjan Sial
  • Published: Wednesday, 06 July 2022
  • , Updated: 06 July 2022, 07:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏରାଗୁଲା ଗ୍ୟାଙ୍ଗ ପାଖରୁ ମିଳିଲା ହୀରା ହାର। ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିବା ସହିତ ଲକ୍ଷେ ୫୦ ହଜାର ଟଙ୍କା, ଦୁଇଟି ବାଇକ୍‌, ୧୨ଟି ମୋବାଇଲ୍‌ ଓ କାର୍‌ ଗାଚ ଭଙ୍ଗା ଯନ୍ତ୍ର ଜବତ କରିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ଭୁବନେଶ୍ୱର ଡିସିପିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାର। ଏରାଗୁଲା ଗ୍ୟାଙ୍ଗ ନାଁରେ ପରିଚିତ। ଏମାନଙ୍କ ଗ୍ୟାଙ୍ଗରେ ୮ ଜଣ ଲେଖାଏଁ ରହୁଥିଲେ। ସାଧାରଣତଃ ଏମାନେ ବ୍ୟାଙ୍କ ଭିତରେ ଗ୍ରାହକ ହୋଇ ବସୁଥିଲେ। ଟଙ୍କା ଉଠାଇବାକୁ ଆସିଥିବା ଲୋକଙ୍କୁ ନିରିଖି ଦେଖୁଥିଲେ। ଯେଉଁ ବ୍ୟକ୍ତି ଅଧିକ ଟଙ୍କା ଉଠାଥିଲେ, ସେମାନଙ୍କୁ ଟାର୍ଗେଟ କରୁଥିଲେ। କାହାର ବାଇକ୍‌ର ଡିକି ଭାଙ୍ଗି ଲୁଟି ନେଉଥିଲେ ତ ଆଉ କାହାର କାର୍‌ କାଚ ଭାଙ୍ଗି ଲୁଟୁଥିଲେ ବୋଲି ଡିସିପି କହିଛନ୍ତି।

ସେ ଆହୁରି କହିଛନ୍ତି, ଗିରଫ ହୋଇଥିବା ଗ୍ୟାଙ୍ଗ ନାଁରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର, ଖାରବେଳନଗର ଓ ଜଟଣୀରେ ୪ଟି ମାମଲା ରହିଛି। ଏହାଛଡ଼ା କଟକ ଜଗତପୁରରେ ମଧ୍ୟ ଗୋଟିଏ କେସ୍‌ ରହିଛି। ଏମାନେ ମୁଖ୍ୟତଃ ସହର ତଳି ଅଞ୍ଚଳରେ ଘର ଭଡା ନେଇ ରୁହନ୍ତି।

Related story