ପୁଲିସ ପଞ୍ଝାରେ ୭ ସାଇବର ଲୁଟେରା; ୧୫୦ ମୋବାଇଲ, ୧୬ ହଜାର ସିମ୍‌ ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌ କାର୍ଡ ଜବତ କରିଛି। କଟକରେ ଅଫିସ କରି ଏହି ଅଭିଯୁକ୍ତମାନେ ସାଇବର ଅପରାଧ ଚଳାଇଥିଲେ। ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜରିଆରେ ଅପରାଧୀକ କାର୍ଯ୍ୟ କରୁଥିଲେ। ଅପରାଧୀମାନେ ଠକେଇ କରିବା ପରେ ସିମ୍‌ ଗୁଡ଼ିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଜବତ […]

Commissionerate Police

Manoranjan Sial
  • Published: Tuesday, 29 June 2021
  • , Updated: 29 June 2021, 03:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌ କାର୍ଡ ଜବତ କରିଛି। କଟକରେ ଅଫିସ କରି ଏହି ଅଭିଯୁକ୍ତମାନେ ସାଇବର ଅପରାଧ ଚଳାଇଥିଲେ। ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜରିଆରେ ଅପରାଧୀକ କାର୍ଯ୍ୟ କରୁଥିଲେ। ଅପରାଧୀମାନେ ଠକେଇ କରିବା ପରେ ସିମ୍‌ ଗୁଡ଼ିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସିମ୍‌ ଭିତରୁ ନିର୍ଦ୍ଦିତ ଗୋଟିଏ କମ୍ପାନୀରେ ବେଶୀ। ତଦନ୍ତ ବେଳେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡକାଯିବ ବୋଲି କମିଶନର କହିଛନ୍ତି।

କମିଶନରଙ୍କ କହିବା ଅନୁସାରେ ପ୍ରି-ଆକ୍ଟିଭେଟେଡ ସିମ୍‌ କରି ଓଡ଼ିଶା ବାହାରକୁ ପଠାଯାଉଥିଲେ। ତେବେ ଏସବୁ ସିମ୍ ନେଇ ଓଡ଼ିଶା ଭିତରେ କିଛି ଅପରାଧ ହୋଇନାହିଁ। ଓଡ଼ିଶା ବାହାରେ ସାଇବର ଅପରାଧ ଘଟାଯାଉଥିଲା। ତେକେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ କୋରିଅର୍‌ରେ ସିମ୍‌ ଗୁଡ଼ିକ ଯାଉଥିଲା, ତାହା କହିହେବନାହିଁ। ପୁଲିସ ତାହା ଉପରେ ତଦନ୍ତ କରୁଛି ବୋଲି କମିଶନର କହିଛନ୍ତି।

କମିଶନରଙ୍କ କହିବା ଅନୁସାରେ ସହିଦ୍‌ ନଗର ଥାନା ଅଞ୍ଚଳର ଏକ ମାମଲାର ଖୋଳତାଡ କରିବାକୁ ପାଇଁ ଏହି ଲିଙ୍କ ମିଳିଥିଲା। ତା’ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା ବୋଲି କମିଶନର କହିଛନ୍ତି।

Related story