‘ମହିଳା ସାମ୍ୱାଦିକଙ୍କ ସହ ଗିରଫ ଅଭିଯୁକ୍ତ ହେବେ ତଡ଼ିପାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲାରେ ସବୁ ଅଭିଯୁକ୍ତଙ୍କୁ ତଡିପାର କରାଯିବ। ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଘଟଣାରେ ୪/୫ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ଫେରାର ମୁଖ୍ୟ ଅଭିଯୁକ୍ତ ରାଜ ନାଁରେ ପୂର୍ବରୁ ମାମଲା ରହିଥିବା ଡିସିପି କହିଛନ୍ତି। ପୂରା ଘଟଣା ଏମିତି। କଳିଙ୍ଗ ଲାଇଭ୍‌ର ରିପୋର୍ଟର ବଡ଼ବିଲ୍‌ ଜଣେ ବ୍ୟବସାୟୀଙ୍କ ପାଖକୁ ଫୋନ୍‌ କରିଥିଲେ। ଆଉ […]

bbsr-loot

Manoranjan Sial
  • Published: Saturday, 28 August 2021
  • , Updated: 28 August 2021, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ଆଦାୟ ମାମଲାରେ ସବୁ ଅଭିଯୁକ୍ତଙ୍କୁ ତଡିପାର କରାଯିବ। ଅଭିଯୁକ୍ତଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ଘଟଣାରେ ୪/୫ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ଫେରାର ମୁଖ୍ୟ ଅଭିଯୁକ୍ତ ରାଜ ନାଁରେ ପୂର୍ବରୁ ମାମଲା ରହିଥିବା ଡିସିପି କହିଛନ୍ତି।

ପୂରା ଘଟଣା ଏମିତି। କଳିଙ୍ଗ ଲାଇଭ୍‌ର ରିପୋର୍ଟର ବଡ଼ବିଲ୍‌ ଜଣେ ବ୍ୟବସାୟୀଙ୍କ ପାଖକୁ ଫୋନ୍‌ କରିଥିଲେ। ଆଉ କହିଥିଲେ ଆପଣଙ୍କ ଘୋଟାଲାର ପେଡ଼ି ଆମ ପାଖରେ ରହିଛି। ଭୁବନେଶ୍ୱର ଆସି ନେଇଯାଅ। ନହେଲେ ଆମେ ସେହି ତଥ୍ୟ ଟେଲିକାଷ୍ଟ କରିଦେବୁ। ରିପୋର୍ଟରଙ୍କଠାରୁ ଖବର ପାଇଁ ଡରି ଯାଇଥିଲେ ବ୍ୟବସାୟୀ। ସେ ତାଙ୍କର ସହଯୋଗୀଙ୍କ ସହ କଳିଙ୍ଗ ଲାଇଭ୍‌ ଅଫିସ୍‌ରେ ପହଞ୍ଚିଥିଲେ।

ବ୍ୟବସାୟୀ ଓ ତାଙ୍କ ସାଥୀ ପହଞ୍ଚିଲା ପରେ ମଗା ଯାଇଥିଲା ୧୦ ଲକ୍ଷ ଟଙ୍କା। ମାତ୍ର ଏଥିରେ ସେମାନେ ରାଜି ନହେବାରୁ ଆରମ୍ଭ ହୋଇଥିଲା ନିର୍ଯାତନା। ଅଫିସ୍‌ ଭିତରେ ପୂରାଇ ଦୁଇଦିନ ଧରି ପ୍ରବଳ ମାଡ଼ ମାରିଥିଲେ। ତେବେ ଅତ୍ୟାଚାର ଅସହ୍ୟ ହେବାରୁ ଘରକୁ ଫୋନ୍‌ କରି କିଛି ଟଙ୍କା ମଗାଇ ଦେଇଥିଲେ। ଏହା ପରେ ମଧ୍ୟ ସେମାନେ ଛାଡ଼ି ନଥିଲେ। ପୁଣି ନିର୍ଘାତିଆ ପିଟିଥିଲେ। ପରେ ପରିବାର ଲୋକେ ୧୦ ଲକ୍ଷ ଟଙ୍କା ଦେଇ ବ୍ୟବସାୟୀ ଓ ତାଙ୍କ ସାଥୀଙ୍କୁ ମୁକୁଳାଇଥିଲେ।

ମୁକୁଳିବା ପରେ ଉଭୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ  ଧରିବା ପାଇଁ ଡିସିପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି କଳିଙ୍ଗ ଲାଇଭ୍‌ ରିପୋର୍ଟ, ସିଇଓ, ସିକ୍ୟୁରିଟି ଗାର୍ଡ଼ଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ତଡ଼ିପାର କରାଯିବ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

ଡିସିପି ଉମାଶଙ୍କର ଦାଶଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତମାନେ ନିଜକୁ ମିଡ଼ିଆର ପରିଚୟ ଦେଉଥିବାରୁ ଅନେକ ଲୋକ ଭୟଭୀତ ହୋଇ ଅଭିଯୋଗ କରିପାରୁନଥିଲେ। ଏମାନଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଦୁଇଟି ମାମଲା ରହିଛି। ଏହାଛଡ଼ା ଅନ୍ୟ ଘଟଣାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ରହିଛି। ସହରବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏମାନଙ୍କୁ ତଡ଼ିପାର କରିବାର ବ୍ୟବସ୍ଥା କରାଯାଉଛି ବୋଲି ଡିସିପି କହିଛନ୍ତି।

ଡିସିପି ଆହୁରି କହିଛନ୍ତି-“ମହିଳା ସାମ୍ୱାଦିକ ଓ ତାଙ୍କ ସିଇଓଙ୍କ ବିରୋଧରେ ଗତ ୭ ମାସ ଭିତରେ ଦୁଇଟି ପଞ୍ଜିକୃତ ମାମଲା ରହିଛି। ଏହାଛଡ଼ା ଅନେକ ସ୍ଥାନରେ ଗଣ୍ଡଗୋଳ କରୁଥିବା ବେଳେ ପୁଲିସ ପହଞ୍ଚି ସମାଧାନ କରିଥିବାର ନଜିର ରହିଛି।”

Related story