ହକି ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍‌ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍‌ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ତା’ହେଲେ କେଉଁ ରୁଟ୍‌ରେ ଗାଡ଼ି […]

traffic-2

Niharika Rout
  • Published: Friday, 01 November 2019
  • , Updated: 01 November 2019, 08:42 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍‌ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍‌ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ତା’ହେଲେ କେଉଁ ରୁଟ୍‌ରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ଓ କେଉଁ ରୁଟ୍‌କୁ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇଛି, ସେ ବିଷୟରେ ଜାଣି ନିଅନ୍ତୁ।

  • ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଗାଡ଼ି ଯାତାୟତ ବନ୍ଦ ରହିବ ।
  • ୧୨୦ ବାଟାଲିୟନରୁ ଆସୁଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବ ।
  • କଳିଙ୍ଗ ଷ୍ଟାଡିୟମ ପଟରୁ ଆସୁଥିବା  ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ପଟକୁ ଯିବ ।
  • ବାଣୀବିହାର ପଟରୁ ଆସୁଥିବା ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବ। ଏହି ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡ଼ାଯିବ ନାହିଁ।
  • ଦର୍ଶକମାନେ ୩ ନମ୍ବର ଗେଟ୍‌ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍ E ବ୍ୟବହାର କରି ଗାଡ଼ି ପାର୍କିଂ କରିବେ।
  • AG କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ୍ ଓଭରବ୍ରିଜ୍ ଦେଇ ଷ୍ଟାଡିୟମରଆ ପ୍ରବେଶ କରିବେ ବୋଲି ଟ୍ରାଫିକ ପୁଲିସ୍‌ ନୋଟିସ ଜାରି କରିଛି।

Related story