୯ ବର୍ଷ ଧରି ମୃତ ମହିଳାଙ୍କ ପରିଚୟ ଖୋଜୁଛି ପୁଲିସ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଆଜକୁ ୯ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରରୁ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜାଣିପାରୁନାହିଁ କମିଶନରେଟ୍‌ ପୁଲିସ। ମହିଳାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହୋଇଥିବା ସନ୍ଦେହ କରି ପୁଲିସ ପୋଷ୍ଟର ମାରିଛି। ଆଉ ଆଶା ରଖିଛି ୯ ବର୍ଷ ତଳେ ମରିଥିବା ମହିଳାଙ୍କ ପରିଚୟ ମିଳିପାରିବ। ପୂରା ଘଟଣାଟି ଏମିତି। ୨୦୧୨ ମେ’ ୨୭ ତାରିଖରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା […]

Murdered Woman

Manoranjan Sial
  • Published: Saturday, 19 June 2021
  • , Updated: 19 June 2021, 07:51 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଆଜକୁ ୯ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରରୁ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ପରିଚୟ ଜାଣିପାରୁନାହିଁ କମିଶନରେଟ୍‌ ପୁଲିସ। ମହିଳାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ହୋଇଥିବା ସନ୍ଦେହ କରି ପୁଲିସ ପୋଷ୍ଟର ମାରିଛି। ଆଉ ଆଶା ରଖିଛି ୯ ବର୍ଷ ତଳେ ମରିଥିବା ମହିଳାଙ୍କ ପରିଚୟ ମିଳିପାରିବ।

ପୂରା ଘଟଣାଟି ଏମିତି। ୨୦୧୨ ମେ’ ୨୭ ତାରିଖରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଜବତ କରି ପ୍ରଥମେ ୟୁଡି ମାମଲା ରୁଜୁ କରିଥିଲା। ମାତ୍ର ତଦନ୍ତ ବେଳେ ଏହା ଏକ ହତ୍ୟା ମାମଲା ବୋଲି ଜଣିବାକୁ ପାଇଥିଲା। ପରେ କମିଶନରେଟ୍‌ ପୁଲିସ ଏହାକୁ ହତ୍ୟା ମାମଲାରେ ରୁପାନ୍ତରିତ କରିଥିଲା।

ମୃତ ମହିଳାଙ୍କ ନିକଟରୁ ମିଳିଥିବା ଜିନିଷପତ୍ରରୁ କାମାକ୍ଷାନଗର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଲିଙ୍କ ମିଳିଥିଲା। ଏହା ପରେ କମିଶନରେଟ୍‌ ପୁଲିସର ଏକ ଟିମ୍‌ କାମାକ୍ଷାନଗର ଯାଇ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ଫଟୋ ଥିବା ପୋଷ୍ଟର ମାରିଛି। ଯଦି କେହି ସମ୍ପୃକ୍ତ ମହିଳାଙ୍କ ପରିଚୟ ବିଷୟରେ କିଛି ଜାଣିଥିବେ, ତାହାହେଲେ ଚନ୍ଦକା ଆଇଆସିଙ୍କ ମୋବାଇଲ୍‌ ନଂ. ୮୨୮୦୩୩୮୩୨୩ କିମ୍ବା ୯୪୩୮୮୪୯୯୫୯ ଏବଂ ଏସିପିଙ୍କ ମୋବାଇଲ ନମ୍ବର- ୮୨୮୦୩୩୮୨୯୬ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

କାମାକ୍ଷାନଗର ଯାଇଥିବା ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱ କହିଛନ୍ତି-“ମୃତ ମହିଳା ଜଣକ କାମାକ୍ଷାନଗ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ସେଥିପାଇଁ ମୃତ ମହିଳାଙ୍କ ଫଟୋ ଥିବା ପୋଷ୍ଟର ଏହି ଅଞ୍ଚଳରେ ମରାଯାଇଛି। ଏହା ଦ୍ୱାରା ମହିଳାଙ୍କ ପରିଚୟ ମିଳିବ ବୋଲି ଅନୁମାନ କରାଯାଉଛି।”

Related story