‘କଟକ-ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ବୟାନ ଏବେ ଚିନ୍ତାଜନକ ପାଲଟିଛି। କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେବାପରେ ଏହି ଟୁଇନସିଟିରେ ରହୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, […]

community

Ordigital Desk
  • Published: Wednesday, 28 April 2021
  • , Updated: 28 April 2021, 11:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ବୟାନ ଏବେ ଚିନ୍ତାଜନକ ପାଲଟିଛି। କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେବାପରେ ଏହି ଟୁଇନସିଟିରେ ରହୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢ଼ୁଛି। ସେଥିପାଇଁ ଟୁଇନସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି । କୋଭିଡ୍ ହଟସ୍ପଟ ରାଜ୍ୟଗୁଡ଼ିକରୁ ଲୋକମାନେ ନିୟମିତ ଆସୁଥିବାରୁ ସେମାନେ ଏଠାରେ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦେଖାଦେଇଛି । ଏବେ ଭୁବନେଶ୍ୱରରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୮୯୬ ଓ କଟକ ସହରରେ ୧୯୩୦ ଜଣ କୋଭିଡ୍ ସଂକ୍ରମିତ ଅଛନ୍ତି। ଆଜି କେବଳ ଭୁବନେଶ୍ୱର ସହରରେ ୧୦୪୪ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୮ହଜାର ଅତିକ୍ରମ କଲାଣି। ଆସନ୍ତାକାଲି ଏହି ସଂଖ୍ୟା କମିବ କି ବଢ଼ିବ ସେ ନେଇ କିଛି କହିବା ସମ୍ଭବପର ନୁହେଁ। ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ କୋଭିଡ୍ ବେଡ୍ ରହିଛି ଓ ଆହୁରି ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଛି। ପଶ୍ଚିମ ଓଡ଼ିଶାରେ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି।

Related story