ସ୍କୁଲ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ, କ’ଣ ସବୁ ବଦଳିବ ପଢ଼ନ୍ତୁ

Ordigital Desk
  • Published: Thursday, 05 April 2018
  • , Updated: 05 April 2018, 08:54 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କେମିତି ଚାଲିଛି ତାହା ସମସ୍ତଙ୍କୁ ଜଣା। ପାଠପଢ଼ା ହେଉ କି ପରୀକ୍ଷା ଅଥବା ପରୀକ୍ଷା ଖାତା ଦେଖା, ସବୁ ଛାଡି ଶିକ୍ଷକ ବିଭିନ୍ନ ଦାବିରେ ରାସ୍ତାକୁ ଓହ୍ଲାଉଛନ୍ତି। ସ୍ଥିତି ଏପରି ହୋଇଛି ରାଜଧାନୀର ଲୋୟର ପିଏମ୍&zwnj;ଜିକୁ ଯଦି ଯିବେ କୌଣସି ନା କୌଣସି ଶିକ୍ଷକ ସଂଗଠନ ଧାରଣାରେ ବସିଥିବା ଦେଖିବାକୁ ପାଇବେ। ଏହା ହିଁ ହେଉଛି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ରୂପ। ଏତେ ସବୁ ପରେ ଏବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛନ୍ତି। ଏଣିକି ମାର୍କ ନୁହେଁ, ସ୍ୱତନ୍ତ୍ର ପ୍ରତିଯୋଗିତା ମୂଳକ ପରୀକ୍ଷା ମାଧ୍ୟମରେ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତ ହେବେ ବୋଲି କହିଛନ୍ତି। ଏହାସହ ୧୦୦ ମିଟର ଭିତରେ ଥିବା ସ୍କୁଲ ଗୁଡିକ ଏକାଠି କରି ଗୋଟିଏ କ୍ୟାମ୍ପସରେ ରଖାଯିବା ସହ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ଦିଆଯିବ। ଗଣଶିକ୍ଷା ବିଭାଗ, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଏମିତି କିଛି ରୋଡମ୍ୟାପ ପ୍ରସ୍ତୁତ କରିଛି। ୨୪ ମାସ ଭିତରେ ଏସବୁ କର୍ଯ୍ୟକ୍ରମ ସାରିବାକୁ ଟାର୍ଗେଟ ରଖିଛି ବିଭାଗ।</p> <p>ନିଜେ ଗଣଶିକ୍ଷା ସଚିବ ମାନୁଛନ୍ତି ରାଜ୍ୟରେ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କିଭଳି ରହିଛି। ଛାତ୍ରଛାତ୍ରୀ ହୁଅନ୍ତୁ କି ଶିକ୍ଷକ, ପ୍ରାଥମିକ ସ୍ତରର ସର୍ବନିମ୍ନ ଶିକ୍ଷା ବି ସେମାନଙ୍କୁ ଜଣାନାହିଁ। ଏସବୁକୁ ଆଖି ଆଗରେ ରଖି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଓ ନୀତି ଆୟୋଗ ମଧ୍ୟରେ ଚୁକ୍ତି ହୋଇଛି। ସଷ୍ଟେନେବୁଲ୍ ଆକ୍ସନ ଫର୍ ଟ୍ରାନଫର୍ମିଂ ହ୍ୟୁମାନ କ୍ୟାପିଟାଲ (ସାଥ୍)&nbsp; ନାମକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଏଣିକି ଆଉ ମାର୍କ ନୁହେଁ, ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ହେବେ ଶିକ୍ଷକ ଓ ଅଧ୍ୟାପକ।&nbsp;&nbsp; ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏପ୍ରିଲ ୧୭ରୁ ମେ&rsquo; ୫ ପର୍ଯ୍ୟନ୍ତ ୧ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ଟ୍ରେନିଂ ଦିଆଯିବ। ୧୦୦ ମିଟର ପରିସରରେ ଥିବା ୪ ହଜାର ୨ଶହ ସ୍କୁଲକୁ&nbsp; ଗୋଟିଏ କ୍ୟାମ୍ପସ୍&zwnj;କୁ ଅଣାଯିବ। ଏହାଦ୍ୱାରା ୨ ହଜାର ସ୍କୁଲ ହିଁ କାର୍ଯ୍ୟକ୍ଷମ ରହିବ। ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ୧୦ ଶ୍ରେଣୀ ପାଇଁ ଜଣେ ପ୍ରଧାନଶିକ୍ଷକ ରହିବେ। ଏଣିକି ଅନ୍&zwnj;ଲାଇନରେ ଶିକ୍ଷକ ବଦଳି ପାଇଁ ଆବେଦନ କରାଯିବ।</p> <p>ସେହିପରି ଗଣଶିକ୍ଷା ବିଭାଗରେ ପ୍ରାୟ ୬୪ ହଜାର କୋର୍ଟ କେସ୍ ରହିଛି। ଏଣିକି&nbsp; ଅନଲାଇନ୍&zwnj;ରେ ଏସବୁ କେସ୍&zwnj;ର ଷ୍ଟାଟସ୍ ଜାଣିହେବ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।</p> <p>ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ସରକାର ନେଇଥିବା ପଦକ୍ଷେପକୁ ଶିକ୍ଷକ ସଂଘ ଗୁଡିକ ସ୍ୱାଗତ କରିଛନ୍ତି। ଏହାସହ ଚୁକ୍ତିଭିତ୍ତିକ ନିଯୁକ୍ତି ନଦେଇ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି।</p>

Related story