ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା

ଯାଜପୁର/ବାଙ୍କି(ଓଡ଼ିଶା ରିପୋର୍ଟର): ନଦୀ ବନ୍ଧ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ରହିଛି ନାନା ଯୋଜନା।  ମାତ୍ର ଏଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଅସୁରକ୍ଷିତ ଅବସ୍ଥାରେ ପଡିରହିଛି ଅନେକ ନଦୀ ବନ୍ଧ। ପଥର ପ୍ୟାକିଂ ନଥିବାବେଳେ ଅନେକ ସ୍ଥାନରେ ବନ୍ଧ ଭୁଶୁଡ଼ି ପଡ଼ିଛି। ନୂଆ ବନ୍ଧ ନିର୍ମାଣ ଦୂରର କଥା, ମରାମତି ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ […]

6hn

Tapas Behera
  • Published: Sunday, 08 August 2021
  • , Updated: 09 August 2021, 09:23 AM IST

ଯାଜପୁର/ବାଙ୍କି(ଓଡ଼ିଶା ରିପୋର୍ଟର): ନଦୀ ବନ୍ଧ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ରହିଛି ନାନା ଯୋଜନା।  ମାତ୍ର ଏଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଅସୁରକ୍ଷିତ ଅବସ୍ଥାରେ ପଡିରହିଛି ଅନେକ ନଦୀ ବନ୍ଧ। ପଥର ପ୍ୟାକିଂ ନଥିବାବେଳେ ଅନେକ ସ୍ଥାନରେ ବନ୍ଧ ଭୁଶୁଡ଼ି ପଡ଼ିଛି। ନୂଆ ବନ୍ଧ ନିର୍ମାଣ ଦୂରର କଥା, ମରାମତି ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି ।

ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡିଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ। ବାଙ୍କୀ ଗୋଳାଗଣ୍ଡ ଠାରୁ ଖଣ୍ଡିଆବନ୍ଧ ଯାଏ ନଦୀବନ୍ଧ ଦୁର୍ବଳ ହୋଇପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଜଳସେଚନ ବିଭାଗର ଅଧିକାରୀ କହିଛନ୍ତି, ଯେଉଁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି, ତାଉପରେ ନଜର ରଖାଯାଇଛି । ଖୁବ ଶୀଘ୍ର ମରାମତି ଶେଷ କରାଯିବ ।

ସେଇଭଳି ଯାଜପୁର ଜିଲ୍ଲାର ଅନେକ ନଦୀବନ୍ଧ ଅସୁରକ୍ଷିତ ଅବସ୍ଥାରେ ରହିଛି । କୋରେଇ ବ୍ଲକର ବଡ ତ୍ରିଲୋଚନପୁର, ସାନ ତ୍ରିଲୋଚନପୁର, ସୋତୀ, ହାଟସାହି, ମିର୍ଜାପୁର ଭଳି ଅଂଚଳର ଶହଶହ ଲୋକେ ବନ୍ୟା ଆସିଲେ ଘର ଛାତ ଉପରେ ମାସ ମାସ ଧରି ଆଶ୍ରୟ ନେଇଥାନ୍ତି । ଏକର ଏକର ଚାଷଜମିକୁ ଧୋଇନିଏ ବନ୍ୟାଜଳ।  ବନ୍ଧ ନିର୍ମାଣ ସହ ପଥର ପ୍ୟାକିଂ ନେଇ ବାରମ୍ବାର ଜଣାଇଲେବି ପ୍ରତିଶ୍ରୁତି ବାଦ୍ ଆଉ କିଛି ମିଳୁନଥିବା ଅଭିଯୋଗ ହୋଇଛି।  ଜିଲ୍ଲାପାଳ କହିଛନ୍ତି, ସଂପୃକ୍ତ ବିଭାଗ ମାନଙ୍କ ସହ ଆଲୋଚନା କରି ସ୍ଥାୟୀ ବ୍ୟବସ୍ଥା କରାଯିବ ।

 

Related story