ସାର୍ ବୁଝିପାରୁ ନାହାଁନ୍ତି ପିଲାଙ୍କ ଭାଷା… ଅପପୁଷ୍ଟିର ଗାଁ ନଗଡ଼ାରେ ଦିକିଦିକି ଜଳୁଛି ଶିକ୍ଷାର ଦୀପ… ‘ଓଡ଼ିଶା ରିପୋର୍ଟର’ର ଏକ୍ସକ୍ଲୁସିଭି ରିପୋର୍ଟ

Ordigital Desk
  • Published: Friday, 11 August 2017
  • , Updated: 11 August 2017, 06:34 PM IST
<p>ଯାଜପୁର(&lt;strong&gt;ଅଭିନାଶ ପତି&lt;/strong&gt;): &nbsp;ଗତବର୍ଷ ଅପପୁଷ୍ଟି ପାଇଁ ଚର୍ଚ୍ଚାକୁ ଆସିଥିଲା ଯାଜପୁର ଜିଲ୍ଲାର ନଗଡ଼ା। ଏହାପରେ ଚେତିଥିଲେ ସରକାର। ଅବହେଳା ଯୋଗୁଁ ବହୁ ପଛରେ ପଡ଼ି ଯାଇଥିବା ନଗଡ଼ାର ଉନ୍ନତି ପଥେ ସରକାର ଉଦ୍ୟମ ଆରମ୍ଭ କରିଥିଲେ। ଏବେ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା ନଗଡ଼ାର ପରିସ୍ଥିତି ଧୀରେଧୀରେ ସୁଧୁରୁଛି। ନଗଡ଼ାବାସୀଙ୍କୁ ସାମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର। ଏଥିପାଇଁ ରାସ୍ତାଘାଟ, ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ସହିତ ଶିକ୍ଷା ବି ଯୋଗାଇ ଦିଆଯାଉଛି।</p> <p>[vc_video link=&quot;&quot; align=&quot;center&quot;]</p> <p>ନଗଡ଼ାର ପିଲା ପାଠ ପଢ଼ିବା ପାଇଁ ସରକାର ଗତବର୍ଷ ତଳ ନଗଡ଼ାର ଏକ ଅସ୍ଥାୟୀ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ। ଏଥିପାଇଁ ସମସ୍ତ ପଢ଼ା ଉପକରଣ ମଧ୍ୟ ପିଲାଙ୍କୁ ଯୋଗାଇ ଦେଇଛନ୍ତି। &nbsp;ଲମ୍ବା ହଲ ବିଶିଷ୍ଟ ଏହି ଅସ୍ଥାୟୀ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପିଲାମାନେ ବି ପାଠ ପଢ଼ିବା ଆରମ୍ଭ କରିଛନ୍ତି। ତେବେ କିପରି ଚାଲିଛି ଏହି ବିଦ୍ୟାଳୟ। ଏହାର ସ୍ଥିତି ପରଖିବା ପାଇଁ ନଗଡ଼ାରେ ପହଞ୍ଚିଥିଲା ଓଡ଼ିଶା ରିପୋର୍ଟର ଟିମ୍। ଦେଖନ୍ତୁ ଏକ୍ସକ୍ଲୁସିଭି ଷ୍ଟୋରି (ଭିଡିଓ ଦେଖନ୍ତୁ)।</p>

Related story