ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି : ସାମିଲ ହେଲେ ନେତା, ପ୍ରଶାସକ ଓ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଅକାଳ ବିୟୋଗରେ ତାଙ୍କୁ ସମାଜର ସବୁବର୍ଗର ଲୋକେ ଆଜି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଇଡକଲ ଅଡିଟୋରିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ପ୍ରଶାସକ, ଶିକ୍ଷାବିତ, ସାମ୍ବାଦିକ ଓ ସମାଜସେବୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏକଜୁଟ ହୋଇ ସ୍ୱର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଇଡକଲ ଅଡିଟୋରିୟମର ପରିବେଶ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ, […]

satpathi

Manoranjan Sial
  • Published: Thursday, 12 September 2019
  • , Updated: 12 September 2019, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଅକାଳ ବିୟୋଗରେ ତାଙ୍କୁ ସମାଜର ସବୁବର୍ଗର ଲୋକେ ଆଜି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଇଡକଲ ଅଡିଟୋରିୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ପ୍ରଶାସକ, ଶିକ୍ଷାବିତ, ସାମ୍ବାଦିକ ଓ ସମାଜସେବୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ଏକଜୁଟ ହୋଇ ସ୍ୱର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ।

ସ୍ୱର୍ଗତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଇଡକଲ ଅଡିଟୋରିୟମର ପରିବେଶ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ, ଦିଲୀପଙ୍କ ଲେଖା ଶୈଳୀ ଭିନ୍ନ ଥିଲା। ଅନେକ ସମୟରେ ତାଙ୍କ ସହ ଅର୍ଥନୀତି ଓ ରାଜନୀତିକ ସ୍ଥିତି ଓ ଖବରକୁ ନେଇ ଆଲୋଚନା ହୁଏ। ସେ କ୍ୟାନସର ଭଳି ଭୟାନକ ରୋଗଗ୍ରସ୍ତ ଥିଲେ ମଧ୍ୟ ତାହା ସେ କେବେ ଜଣାଇବାକୁ ଦେଇନଥିଲେ।

ସେହିପରି ପୁଲିସ୍ ଡିଜି ବିଜୟ କୁମାର ଶର୍ମା କହିଥିଲେ ଯେ, ଦିଲୀପ ଶତପଥୀଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି। ଜାତୀୟସ୍ତରର ସାମ୍ବାଦିକଙ୍କୁ ଦେଖିଲେ ଭାବୁ ସେମାନଙ୍କ ଜ୍ଞାନ ବହୁତ ଅଧିକ ଥିବ। ଦିଲ୍ଲୀପବାବୁ ଓଡ଼ିଶାରେ ରହି ମଧ୍ୟ ସମସ୍ତ ବିଷୟ ପ୍ରତି ଗଭୀର ଜ୍ଞାନ ଆହରଣ କରିପାରିଥିଲେ । ତାଙ୍କ ଭଳି ବ୍ୟକ୍ତିତ୍ୱ ବିରଳ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ତାରାପ୍ରସାଦ ବାହିନୀପତି, ସୁଶାନ୍ତ ରାଉତ, ଶ୍ରୀକାନ୍ତ ଜେନା, ଐର ଖାରବେଳ ସ୍ୱାଇଁ, ପ୍ରସାଦ ହରିଚନ୍ଦନ, ବିଜୟ କୁମାର ନାୟକ, ପ୍ରିୟଦର୍ଶନୀ ମିଶ୍ର, ସୁବାସ ସିଂ, ରବି ବେହେରା, ହେମନ୍ତ ରଥ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର , ଆଇଏଏସ୍ ରାଜକୁମାର ଶର୍ମା, ପ୍ରଦୀପ କୁମାର ଜେନା, ଅଶୋକ କୁମାର ମୀନା, ଓରଟେଲ କମ୍ୟୁନିକେସନ୍ ମୁଖ୍ୟ ଜଗିମଙ୍ଗତ ପଣ୍ଡା, ସମାଜ ସମ୍ପାଦକ ବାମପଦ ତ୍ରିପାଠୀ, ପ୍ରମେୟ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ରାଜାରାମ ଶତପଥୀ, ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆଇପିଏସ୍ ଅରୁଣ ବୋଥ୍ରା, ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଅନୁପ ସାହୁ , ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପ୍ରମୁଖ ସ୍ୱର୍ଗତ ଶତପଥୀଙ୍କ ସ୍ମତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟର ପ୍ରାୟ ସମସ୍ତ ଆଗ ଧାଡ଼ିର ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବରିଷ୍ଠ ସାମ୍ବାଦିକ କେ.ରବି, ଦେବେନ୍ଦ୍ର ସୁଆର, ପ୍ରତାପ ସାମଲ ଓ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଆୟୋଜନ କରିଥିଲେ।

Related story