ସାମ୍ୱାଦିକ ପ୍ରବୀରଙ୍କ ବିୟୋଗରେ ଧର୍ମେନ୍ଦ୍ର, ବୈଜୟନ୍ତଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଯୁବ ସାମ୍ୱାଦିକ ପ୍ରବୀର ପ୍ରଧାନ। ତାଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ଡିଜିପି ଅଭୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରବୀରଙ୍କ ବିୟୋଗରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ୱାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଆଜି ସକାଳେ ପ୍ରବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନ୍ୟୁଜ୍ 18 ଓଡ଼ିଆ […]

prabir

Subhransu Sekhar
  • Published: Thursday, 05 November 2020
  • , Updated: 05 November 2020, 02:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଯୁବ ସାମ୍ୱାଦିକ ପ୍ରବୀର ପ୍ରଧାନ। ତାଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ଡିଜିପି ଅଭୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରବୀରଙ୍କ ବିୟୋଗରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ୱାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆଜି ସକାଳେ ପ୍ରବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ନ୍ୟୁଜ୍ 18 ଓଡ଼ିଆ ଟିଭି ଚ୍ୟାନେଲରେ ସେ ରିପୋର୍ଟରେ ଭାବରେ କାର୍ଯ୍ୟ କରୁଥିଲେ।

ବୈଜୟନ୍ତ ଟ୍ୱିଟ୍ କରି ପ୍ରବୀରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ପ୍ରବୀରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଗଣମାଧ୍ୟମ ଜଗତରେ ନିଜର ନିଆରା କାର୍ଯ୍ୟଶୈଳୀ ତାଙ୍କୁ ଦେଇଥିଲା ଅନନ୍ୟ ପରିଚୟ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଏ ଦୁଃଖ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

ଡିଜିପି ଟ୍ୱିଟ୍ କରି କହିଛନ୍ତି, ପ୍ରବୀର ଜଣେ ଯୁବ ସାମ୍ୱାଦିକ। ସେ କ୍ରାଇମ୍ ରିପୋର୍ଟିଂ କରୁଥିଲେ। ନିକଟରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ସେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଥିଲେ।

ଡିଜିପି ପ୍ରବୀରଙ୍କ ଭଉଣୀଙ୍କ ସହ କଥା ହେବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ନ୍ୟୁଜ 18 ଓଡ଼ିଆର ବରିଷ୍ଠ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ସ୍ୱର୍ଗତ ପ୍ରଧାନ ଜଣେ ପରିଶ୍ରମୀ ତଥା କର୍ମନିଷ୍ଠ ବ୍ୟକ୍ତିତ୍ୱ ଥିଲେ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

Related story