ଚାକିରିରୁ ବିଦା ହେଲେ କନଷ୍ଟେବଲ ଭାରିମଲ୍ଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରୁ ବିଦା ହେଲେ ରାଜଧାନୀରେ ନିଶା ବେପାର ଚଳାଇଥିବା କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ। ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ  ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରିରୁ ହାତ ଧୋଇବାକୁ ପଡ଼ିଛି। ପୁଲିସ୍‌ ଚାକିରି କରିଥିବା  ଜାନକୀ ଧଳା ଜହର ବିକ୍ରି କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ବ୍ରାଉନସୁଗର ସହ  ଗିରଫ କରାଯାଇଥିଲା। ଏହାପରେ ନିଲମ୍ବନ ସହ ତାଙ୍କୁ  […]

police

Niharika Rout
  • Published: Friday, 22 November 2019
  • , Updated: 22 November 2019, 07:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରୁ ବିଦା ହେଲେ ରାଜଧାନୀରେ ନିଶା ବେପାର ଚଳାଇଥିବା କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ। ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ  ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରିରୁ ହାତ ଧୋଇବାକୁ ପଡ଼ିଛି।

ପୁଲିସ୍‌ ଚାକିରି କରିଥିବା  ଜାନକୀ ଧଳା ଜହର ବିକ୍ରି କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ବ୍ରାଉନସୁଗର ସହ  ଗିରଫ କରାଯାଇଥିଲା। ଏହାପରେ ନିଲମ୍ବନ ସହ ତାଙ୍କୁ  ଗିରଫ କରାଯାଇଥିଲା। ପଚରାଉଚରା ସମୟରେ ସେ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ବିଳାସମୟ ଜୀବନଯାପନ କରୁଥିବା କନଷ୍ଟେବଲ ଜାନକୀଙ୍କର ଏକ  ଫଟୋ ସାମ୍ନାକୁ ଆସିଥିଲା। ଯେଉଁ ଫଟୋରେ ସେ ଏକ ବଡ଼ ଦାମୀ ବାଇକ୍‌ରେ ବସିଥିବା ଦେଖିବାକୁ ମିଳିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ ୫-ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ।

 

Related story