- Videos
- Odisha
- ଫି’ ବୃଦ୍ଧିକୁ ବିରୋଧ: ୟୁନିଟ୍-୮ ଡିଏଭି ସ୍କୁଲରେ ଅଭିଭାବକ-ଅଧ୍ୟକ୍ଷ ମୁହାଁମୁହିଁ
ଫି’ ବୃଦ୍ଧିକୁ ବିରୋଧ: ୟୁନିଟ୍-୮ ଡିଏଭି ସ୍କୁଲରେ ଅଭିଭାବକ-ଅଧ୍ୟକ୍ଷ ମୁହାଁମୁହିଁ
- Published: Tuesday, 31 July 2018
- , Updated: 31 July 2018, 11:21 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ଅଭିଭାବକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବିଭିନ୍ନ ଅଭିଯୋଗକୁ ନେଇ ଗତକାଲି ସନ୍ଧ୍ୟାରେ ସ୍କୁଲ୍‌ ପରିସରରେ ଆଲୋଚନା ଚାଲିଥିବାବେଳେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା।</p>
<p>ସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳକୁ ପୁଲିସକୁ ଆସିବାକୁ ପଡ଼ିଥିଲା।</p>
<p>ଅଭିଭାବକଙ୍କ ଅଭିଯୋଗ ଯେ, ଡିଏଭିରେ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ଫି’ ବୃଦ୍ଧି କରାଯାଉଛି। ସ୍କୁଲର ବିଭିନ୍ନ ଖର୍ଚ୍ଚ ବାଟବଣା ହେବା ସହିତ ଅନିୟମିତତା ହେଉଛି।</p>
<p>ଏସବୁ ଅଭିଯୋଗକୁ ନେଇ ସ୍କୁଲ ପରିସରରେ ଆଲୋଚନା ଚାଲିଥିଲା। ଏହି ସମୟରେ ସ୍କୁଲ ଅଧକ୍ଷା ଓ ଅଭିଭାବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶେଷରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।</p>