ଆମେ ପାଣିରେ ଭାସୁଛୁ, ତମେ ବି ଭାସ

Ordigital Desk
  • Published: Monday, 02 July 2018
  • , Updated: 02 July 2018, 01:51 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱରରେ ଜଳବନ୍ଦୀକୁ ନେଇ କଂଗ୍ରେସ ଅଭିନବ ପ୍ରତିବାଦ କରିଛି। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଭିତରେ ପାଣି ଢାଳି ପ୍ରତିବାଦ କରିଛନ୍ତି କର୍ମୀ। ସାମାନ୍ୟ ବର୍ଷାରେ ଇସ୍କନ ମନ୍ଦିର ଆଗରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରୁହେ। ଏପରି ପ୍ରତିବାଦ ଜରିଆରେ ସମସ୍ୟାର ତୁରନ୍ତ ସମାଧାନ ଲାଗି ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛି ଦଳ।</p> <p>ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି,&ldquo; ଅସରାଏ ବର୍ଷାରେ ରାସ୍ତାରେ ପାଣି ଜମି ରହିବାରୁ ଲୋକେ ଯିବା ଆସିବାରେ ହଇରାଣ ହେଉଛନ୍ତି। ଇସ୍କନ ମନ୍ଦିର ଆଗରେ ଛାତିଏ ପାଣି ବହୁଛି। ସରକାର ପାଣି ନିଷ୍କାସନର ବ୍ୟବସ୍ଥା କରୁ ନାହିଁନ୍ତି। ଖାଲି ଧୂଆଁବାଣ ମାରୁଛନ୍ତି।&rdquo;</p> <p>ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଘଣ୍ଟାକର ବର୍ଷାରେ ରାଜଧାନୀର ଜାତୀୟ ରାଜପଥରେ ବର୍ଷା ପାଣି ଜମି ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନା ରାସ୍ତାରେ ମଣିଷ ଉଚ୍ଚର ପାଣି ବୋହୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଥିବା କାର, ଅଟୋ ଓ ବାଇକ୍&zwnj; ପାଣିରେ ବୁଡିଯାଇଥିଲା। ଫଳରେ ଅନେକ ସମୟ ଧରି ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।</p>

Related story