“ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜାଇ ପିପିଲି ମାମଲାକୁ ରଫାଦଫା କରାଯାଇଛି”

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯାଗକୁ ସାମନାକୁ ଆଣିଛି କଂଗ୍ରେସ। ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ ସାକ୍ଷୀ ସଜେଇ ମାମଲାକୁ ଦଫାରଫା କରିଥିଲା। କୋର୍ଟରେ ସରକାରୀ ଓକିଲ ବି ବୟାନ ବଦଳାଇଥିବା ସାକ୍ଷୀଙ୍କୁ ଜେରା କରିନଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛି […]

congress

congress

Jyoshna Pradhan
  • Published: Sunday, 06 January 2019
  • Updated: 06 January 2019, 10:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ମାମଲାରେ ସରକାରୀ ଦଳର ନେତାଙ୍କୁ ସାକ୍ଷୀ ସଜେଇ ତଦନ୍ତକୁ ବାଟବଣା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ତଥ୍ୟ ପ୍ରମାଣ ସହ ଏପରି ସାଂଘାତିକ ଅଭିଯାଗକୁ ସାମନାକୁ ଆଣିଛି କଂଗ୍ରେସ। ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ମହାରଥୀଙ୍କ ପ୍ରମୁଖ ସମର୍ଥକଙ୍କୁ ପୁଲିସ ସାକ୍ଷୀ ସଜେଇ ମାମଲାକୁ ଦଫାରଫା କରିଥିଲା। କୋର୍ଟରେ ସରକାରୀ ଓକିଲ ବି ବୟାନ ବଦଳାଇଥିବା ସାକ୍ଷୀଙ୍କୁ ଜେରା କରିନଥିଲେ ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ।

ସରକାରୀ ଦଳର ନେତା ପ୍ରଥମେ ସାକ୍ଷୀ ସାଜି ସତ କହିଲେ, ପରେ କୋର୍ଟରେ ବୟାନ ବଦଳାଇ ଦେଲେ। ଫଳରେ ପିପିଲି ପୀଡ଼ିତା ନ୍ୟାୟ ପାଇଲେ ନାହିଁ। କଂଗ୍ରେସର ଏ ଅଭିଯୋଗ ଏବେ ମାମଲାର ତଦନ୍ତ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଇଛି।

ତଥ୍ୟ ପ୍ରମାଣ ଦେଇ କଂଗ୍ରେସ ଏପରି ଅଭିଯୋଗ କରିଛି। ପିପିଲି ମାମଲାର ସାକ୍ଷୀ ଯୁଧିଷ୍ଠିର ସ୍ୱାଇଁ ୨୦ ଏପ୍ରିଲ, ୨୦୧୨ରେ କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ବୟାନ କହିଥିଲେ, ପୋପରଙ୍ଗା ଗାଁର ପ୍ରଶାନ୍ତ ପ୍ରଧାନ ପୀଡ଼ିତାକୁ ବାହା ନହେଲେ ଜୀବନରେ ମାରିଦେବାକୁ ଧମକାଉଥିଲା। ୨୦୧୧ ନଭେମ୍ବର ୨୯ରେ ସୁଯୋଗ ପାଇ ପୀଡ଼ିତାର ଓଢ଼ଣୀ ଦ୍ୱାରା ତା' ବେକକୁ ଗୁଡ଼ାଇ ଟାଣିଦେଲା। ସେ ମରିଗଲା ଭାବି ଛାଡ଼ି ଚାଲି ଆସିଲା। ହେଲେ ୨୦୧୭ ଫେବୁଆରୀ ୨ରେ କୋର୍ଟରେ କିନ୍ତୁ ବୟାନ ବଦଳାଇ ଦେଲେ ଯୁଧିଷ୍ଠିର। ଏଥିରେ ସେ ପୀଡ଼ିତା, ଅଭିଯୁକ୍ତ କିମ୍ବା ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ବି କହିଥିଲେ।

ବିଜେଡି ନେତା ଯୁଧିଷ୍ଟିର ସ୍ୱାଇଁ ସେତେବେଳେ ପିପିଲି ବ୍ଲକର ଅଧ୍ୟକ୍ଷ ଥିଲେ ଓ ଏବେ ଉପାଧ୍ୟକ୍ଷ ଅଛନ୍ତି ବୋଲି କଂଗ୍ରେସ କହିଛି। ମାମଲାର ଆଉ ଜଣେ ସାକ୍ଷୀ ଧରଣୀଧର ସାହୁ ବି କ୍ରାଇମବ୍ରାଞ୍ଚ ପାଖରେ ଦେଇଥିବା ବୟାନକୁ ପରେ କୋର୍ଟରେ ବଦଳାଇଥିଲେ। ଧରଣୀଧର ବିଜେଡିର ସମତି ସଭ୍ୟ ଅଛନ୍ତି।

ବିଜେଡିର ଖଣ୍ଡନ 

ଅନ୍ୟପକ୍ଷରେ ବିଜେଡି ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ବିଜେଡି ମଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “କଂଗ୍ରାସ ଏପରି ବକ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ। ନ୍ୟାଞ ବ୍ୟବସ୍ଥା ଉପରେ ଆମର ଆଶା ଓ ବିଶ୍ୱାସ ରହିଛି। ନ୍ୟାୟାଳୟରେ ଏହାର ନିଷ୍ପତ୍ତି ହେବାର ଥିବାରୁ ବିରୋଧୀ ଦଳମାନେ ଏପରି ବକ୍ତବ୍ୟ ଦେବା ଉଚିତ ନୁହେଁ।”

ଅଭିଯୋଗ ଅନୁସାରେ ୨୦୧୧ ନଭେମ୍ବର ୨୯ରେ ଅର୍ଜୁନଗୋଦା ଗାଁରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ପିପିଲି ପୀଡ଼ିତା। ଅଭିଯୁକ୍ତକୁ ନିଜ ଫାର୍ମ ହାଉସରେ ସୁରକ୍ଷା ଦେବା ଅଭିଯୋଗରେ ବିରୋଧୀ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବି କରିଥିଲେ। ୨୦୧୨ ଜାନୁଆରୀ ୧୯ ତାରିଖରେ ବିରୋଧୀଙ୍କ ଚାପରେ ଇସ୍ତଫା ଦେଇଥିଲେ ମହାରଥୀ। ଆଜି ପୁଣି ଇସ୍ତଫା ଦେଇଛନ୍ତି।

ହେଲେ ଏବେ ପ୍ରଶ୍ନ ପୁଣିଥରେ ତଦନ୍ତ ହେଲେ ପୀଡିତାକୁ ନ୍ୟାୟ ମିଳିବ ତ ? ତଥ୍ୟ ପ୍ରମାଣ ନଷ୍ଟ ହୋଇଯାଇଥିବାରୁ କାହାକୁ ଆଧାର କରି ପୁଣି ତଦନ୍ତ କରିବ ପୁଲିସ ତାହା ମଧ୍ୟ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। କଂଗ୍ରେସର ଏପରି ଅଭିଯୋଗ ଏବେ ପୂରା ମାମଲାକୁ ଗୋଳମାଳିଆ କରିଛି। ଯଦି ଅଭିଯୋଗ ସତ ହୋଇଥାଏ ଓ ପୁଲିସ ମନ୍ତ୍ରୀଙ୍କ ପ୍ରଭାବରେ ବିଜେଡି ଲୋକଙ୍କୁ ସାକ୍ଷୀ ସଜେଇଥାଏ ତେବେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story