ମେୟରଙ୍କୁ ବହିଷ୍କାର ଦାବିରେ ଆଜି ବିକ୍ଷୋଭ କରିବ ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ମେୟରଙ୍କ ବହିଷ୍କାର ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ କରାଯିବ। ଗତ ୧୫ ତାରିଖରେ ମେୟରଙ୍କ ବିରୋଧରେ ଯୌନ କେଳେଙ୍କାରୀ ଓ ଇଞ୍ଜିନିୟରିଂ ଛାତ୍ର ରିଷି ହତ୍ୟାରେ ସଂପୃକ୍ତି ଅଭିଯୋଗ ଆଣିଥିଲା ଛାତ୍ର କଂଗ୍ରେସ। ସେବେଠାରୁ ଏପର୍ଯ୍ୟନ୍ତ ଦଳ ଏହି ପ୍ରସଙ୍ଗକୁ ଯେଭଳି ଆଗକୁ ନେବା କଥା […]

og

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 01:47 PM IST

ଭୁବନେଶ୍ୱର: ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ମେୟରଙ୍କ ବହିଷ୍କାର ଦାବିରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ଘର ସମ୍ମୁଖରେ ବିକ୍ଷୋଭ କରାଯିବ।

ଗତ ୧୫ ତାରିଖରେ ମେୟରଙ୍କ ବିରୋଧରେ ଯୌନ କେଳେଙ୍କାରୀ ଓ ଇଞ୍ଜିନିୟରିଂ ଛାତ୍ର ରିଷି ହତ୍ୟାରେ ସଂପୃକ୍ତି ଅଭିଯୋଗ ଆଣିଥିଲା ଛାତ୍ର କଂଗ୍ରେସ। ସେବେଠାରୁ ଏପର୍ଯ୍ୟନ୍ତ ଦଳ ଏହି ପ୍ରସଙ୍ଗକୁ ଯେଭଳି ଆଗକୁ ନେବା କଥା  ତାହା କରି ନାହିଁ। ତେବେ ଦଳ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି।

Related story