ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବିରେ କଂଗ୍ରେସର ରାସ୍ତାରୋକ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି ଜୋରଧରିଛି। ଆଜି ବୋରିଗୁମ୍ମା ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ୨୬ ଓ ୬୩କୁ ଅବରୋଧ କରାଯାଇଛି। ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଶତାଧିକ କଂଗ୍ରେସ କର୍ମୀ ପିକେଟିଂ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରାସ୍ତା ଅବରୋଧ  ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ପୂର୍ବରୁ ମଧ୍ୟ ବୋରିଗୁମ୍ମାକୁ ଏନଏସି ଦାବିରେ […]

cojgress

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 10:29 AM IST

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବି ଜୋରଧରିଛି। ଆଜି ବୋରିଗୁମ୍ମା ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ୨୬ ଓ ୬୩କୁ ଅବରୋଧ କରାଯାଇଛି। ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଶତାଧିକ କଂଗ୍ରେସ କର୍ମୀ ପିକେଟିଂ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ରାସ୍ତା ଅବରୋଧ  ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ପୂର୍ବରୁ ମଧ୍ୟ ବୋରିଗୁମ୍ମାକୁ ଏନଏସି ଦାବିରେ ବିଜେପି ଓ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଥିଲା।

Related story